ଟି-୨୦ ବିଶ୍ୱକପ୍ ପାକିସ୍ତାନ ଜର୍ସିକୁ ନେଇ ଟ୍ୱିଟରରେ ଟ୍ରୋଲ୍ ବର୍ଷା । ଟ୍ରୋଲର୍ କହିଲେ , ଏ ଜର୍ସି ନା କଂଚା ତରଭୁଜ? 

696

ଟି-୨୦ ବିଶ୍ୱକପ୍ ଆରମ୍ଭ ହେବା ପାଇଁ ଆଉ ମାତ୍ର ଗୋଟିଏ ମାସ ସମୟ ରହିଛି । ସବୁ ଟିମ୍ ନିଜ ନିଜ ସ୍କ୍ୱାଡ୍ ଘୋଷଣା କରିଥିବା ବେଳେ କିଛି ଟିମ୍ ଜର୍ସି ବି ଲଞ୍ଚ୍ କରିସାରିଲେଣି । ଯେଉଁଥିରେ ଟିମ୍ ଇଣ୍ଡିଆ ବି ସାମିଲ୍ ଅଛି । ଏହି ସମୟରେ ପାକିସ୍ତାନର ଜର୍ସି ମଧ୍ୟ ସାମ୍ନାକୁ ଆସିଛି । ଯାହାର ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ସହ ଟ୍ରୋଲ୍ ବି ହେଉଛି ।

ସୋସିଆଲ୍ ମିଡ଼ିଆରେ ପାକିସ୍ତାନୀ କ୍ୟାପଟେନ୍ ବାବର୍ ଆଜମ୍ ସମେତ ନୂଆ ଜର୍ସିରେ ଅନ୍ୟ କିଛି ଖେଳାଳିଙ୍କ ଫଟୋ ଭାଇରାଲ୍ ହେଉଛି । ଯାହାକୁ ଦେଖି ଟ୍ରୋଲର୍ ଥଟ୍ଟାମଜା ବି କରୁଛନ୍ତି । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କି , ଅଫିସିଆଲି ପାକିସ୍ତାନ ଜର୍ସି ଲଞ୍ଚ୍ କରିନାହିଁ ଏହା କେବଳ ଏକ ଲିକ୍ ଫଟୋ । ସୋସିଆଲ୍ ମିଡ଼ିଆରେ ଟ୍ରୋଲର୍ ଏହାକୁ ତରଭୂଜ ସହ ତୁଳନା କରୁଛନ୍ତି ଏବଂ କହୁଛନ୍ତି ତରଭୂଜ ଦେଖି ପାକିସ୍ତାନ ଜର୍ସି ବନେଇଦେଲା । ତେବେ ଭାରତ ମଧ୍ୟ ନିଜର ନୂଆ ଜର୍ସି ରବିବାର ଲଞ୍ଚ୍ କରିଦେଇଛି । ଅଧିନାୟକ ରୋହିତ୍ ଶର୍ମା , ହାର୍ଦ୍ଦିକ୍ ପାଣ୍ଡ୍ୟା , ମହିଳା ଟିମର କ୍ୟାପଟେନ୍ ହରମନପ୍ରୀତ୍ କୌର୍ ସମେତ ଅନ୍ୟ ଖେଳାଳିଙ୍କ ଉପସ୍ଥିତିରେ ଭାରତର ନୂଆ ଜର୍ସି ଲଞ୍ଚ୍ ହେଲା । ଚଳିତଥର ଭାରତର ନୂଆ ଜର୍ସି ସ୍କାଏ ବ୍ଲୁ ରଙ୍ଗର ରହିଛି । ଟି-୨୦ ବିଶ୍ୱକପରେ ଅକ୍ଟୋବର ୨୩ ତାରିଖରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ।