କନକ ବ୍ୟୁରୋ: ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ପର୍ଥରେ ହେବାକୁ ଥିବା ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଖାଲି ଦକ୍ଷିଣ ଆଫ୍ରିକା ନୁହେଁ, ପାକିସ୍ତାନ ପାଇଁ ମଧ୍ୟ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାକୁ ଚାତକ ଭଳି ଚାହିଁ ରହିଛି ବାବର ବାହିନୀ ।
ଅସଲ କଥା ହେଉଛି, ଜିମ୍ବାୱେ ପାଖରୁ ହାରିବା ପରେ ଏବେ ପାକିସ୍ତାନର ସେମିଫାଇନାଲ ରାସ୍ତା କଠି ହୋଇଯାଇଛି । ତେଣୁ ଆଜି ଯଦି ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଯାଏ, ତେବେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯିବ । ତେଣୁ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରୁ ବୋଲି ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।
A triple-header will shake up the #T20WorldCup standings today, but which teams will push closer to a semi-final berth?
Group 2 state of play ➡️ https://t.co/xn5tS3NIeVpic.twitter.com/UF7RoH6Sky
— T20 World Cup (@T20WorldCup) October 30, 2022
ଯଦି ଆଜି ଦକ୍ଷିଣ ଆଫ୍ରିକା ପରାସ୍ତ ହୁଏ, ତେବେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିବ । ଏହି ମ୍ୟାଚରେ ବିଜୟ ହାସଲ କଲେ ପାକିସ୍ତାନର ପଏଣ୍ଟ ୨ ହେବ । ଆଉ ଯଦି ପାକିସ୍ତାନ ପରବର୍ତ୍ତୀ ମ୍ୟାଚରେ ନେଦରଲ୍ୟାଣ୍ଡ ଓ ବାଂଲାଦେଶକୁ ପରାସ୍ତ କରେ, ତେବେ ସେମିଫାଇନାଲ ଟିକେଟ୍ ହାତେଇବ । ତେବେ ଭାରତ ଯଦି ଆଜିର ମ୍ୟାଚରେ ପରାସ୍ତ ହୁଏ, ତେବେ ପାକିସ୍ତାନର ସେମିଫାଇନାଲ ପହଞ୍ଚିବା ରାସ୍ତା ଏକପ୍ରକାର ବନ୍ଦ ହୋଇଯିବ ।
ସୂଚନାଯୋଗ୍ୟ ଯେ, ଆଜି ପର୍ଥରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ହେବାକୁ ଯାଉଛି । ଦୁଇଟି ଲଗାତାର ବିଜୟପରେ ଭାରତ ଏହି ମ୍ୟାଚ୍ ଜିତି ନିଜର ପଏଣ୍ଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପହଞ୍ଚିବାକୁ ହେଲେ, ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭାରତ, ଦକ୍ଷିଣ ଆଫ୍ରିକା ସହିତ ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ବି ଏହି ମ୍ୟାଚକୁ ଅନେଇ ବସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/5-43.jpg)