ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ, ଜାଣନ୍ତୁ କେଉଁଠି, କେବେ ଓ କାହାସହିତ ଖେଳିବ କିଏ ?

458

କନକ ବ୍ୟୁରୋ : ୨୦୨୨ ଟି -୨୦ ବିଶ୍ୱକପ ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଗତବର୍ଷ ଏହି ବିଶ୍ୱକପ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ଦଳ ଚମ୍ପିଆନ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରୁ କ୍ରିକେଟର ଏହି ମହାସମର ଆରମ୍ଭ ହେବାକୁ ଯାଉଛି । ହେଲେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ତାର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଅକ୍ଟୋବର ୨୩ ତାରିଖରେ ଖେଳିବ ।

୨୦୨୨ ଟି-୨୦ ବିଶ୍ୱକପରେ ମୋଟ ୧୬ ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ଏହି ମେଗା ଟୁର୍ଣ୍ଣାମେଣ୍ଟ ମୋଟ ୩ ଟି ପର୍ଯ୍ୟାୟରେ ଖେଳାଯିବ । ଯେଉଁଥିରେ ରାଉଣ୍ଡ-୧, ସୁପର-୧୨ ମୁକାବିଲା ଓ ପ୍ଲେଅଫ୍ ମୁକାବିଲା ସାମିଲ ଅଛି । ଏଥିରେ ୮ ଟି ଟିମ୍ ସିଧାସଳଖ ଗ୍ରୁପ-୧୨ ରେ କ୍ୱାଲିଫାଏ କରିଛନ୍ତି । ଅନ୍ୟପଟେ ବାକି ୪ ଟି ଟିମ୍ କ୍ୱାଲିଫିକେସନ ରାଉଣ୍ଡ ଜିତି ନିଜର ସ୍ଥାନ ପକ୍କା କରିବେ    । କ୍ୱାଲିଫିକେସନ ରାଉଣ୍ଡରେ ୪-୪ ଟିମକୁ ୨ ଟି ଗ୍ରୁପରେ ଭାଗ କରାଯାଇଛି । ଏଥିରେ ନିଜ ଗ୍ରୁପରେ ଟପ୍ -୨ରେ ରହିଥିବା ଟିମ୍ ସୁପର-୧୨ ଷ୍ଟେଜରେ ପହଂଚିବେ ।

ଗ୍ରୁପ ଏ : ଶ୍ରୀଲଙ୍କା, ୟୁଏଇ, ନେଦରଲ୍ୟାଣ୍ଡ, ନାମ୍ବିଆ ରହିଥିବା ବେଳେ ଗ୍ରୁପ ବି ରେ ଆୟରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ରହିଛନ୍ତି । ସେପଟେ ସୁପର-୧୨ ର ଗ୍ରୁପ ୧ ରେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ରହିଥିବା ବେଳେ ଗ୍ରୁପ ବି ରେ ଭାରତ, ପାକିସ୍ତାନ, ସାଉଥ୍ ଆଫ୍ରିକା, ବାଂଲାଦେଶ ଦଳ ଅଛନ୍ତି ।

ସେପଟେ ଯଦି ଭାରତୀୟ ଟିମର ମ୍ୟାଚକୁ ଦେଖିବା ତେବେ ଅକ୍ଟୋବର ୨୩ ରେ ପାକିସ୍ତାନ ସହ ମେଲବୋର୍ଣ୍ଣରେ , ଅକ୍ଟୋବର ୨୭ ରେ ଗ୍ରୁପ ଏ ର ରନର୍ସଅପ୍ ସହ ସିଡନୀରେ, ଅକ୍ଟୋବର ୩୦ ରେ ସାଉଥ ଆଫ୍ରିକା ବିରୋଧରେ ପର୍ଥ ଠାରେ, ନଭେମ୍ବର ୨ରେ ବାଂଲାଦେଶ ସହ ଏଡିଲେଟରେ ଓ ନଭେମ୍ବର ୬ ରେ ଗ୍ରୁପ ବି ର ବିଜେତା ଟିମ୍ ସହ ମେଲବୋର୍ଣ୍ଣରେ ମ୍ୟାଚ ଖେଳିବ ।