କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ବିଶ୍ୱ କପ୍ ଟି-୨୦ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚ୍ ଆଉ ଅଳ୍ପ କିଛି ସମୟ ମଧ୍ୟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ପଡିଥିବା ଟସରେ ଭାରତ ବିଜୟୀ ହୋଇ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଦଳରେ ଅଶ୍ୱନି, ଭୁବନେଶ୍ୱର କୁମାର, ମହମ୍ମଦ ସାମୀ, ଅର୍ଶଦୀପ ସିଂ , ରୋହିତ ଶର୍ମା, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାର୍ତ୍ତିକ, ଅକ୍ଷର ପେଟଲଙ୍କୁ ସାମିଲ କରାଯାଇଛି ।