କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହୋଇଛି ଚିହ୍ନ । ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ଚିହ୍ନ ରହିଛି ।
ତେବେ ସ୍ୱୀକୃତିପ୍ରାପ୍ତ ଦଳଗୁଡିକ ଦଳୀୟ ଚିହ୍ନରେ ଲଢିବେ ଜିଲ୍ଲା ପରିଷଦ ଆସନ । ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/22-35.jpg)