ବିଶ୍ୱର ଦୀର୍ଘତମ ଟ୍ରେନ ଚଳାଇ ରେକର୍ଡ କଲା ସ୍ୱିଜରଲାଣ୍ଡ, ଜାଣନ୍ତୁ ଟ୍ରେନରେ ରହିଛି କେତେ କୋଚ୍

ବିଶ୍ୱର ଦୀର୍ଘତମ ଟ୍ରେନ ଚଳାଇ ରେକର୍ଡ କଲା ସ୍ୱିଜରଲାଣ୍ଡ, ଜାଣନ୍ତୁ ଟ୍ରେନରେ ରହିଛି କେତେ କୋଚ୍

କନକ ବ୍ୟୁରୋ : ଜାପାନ ବୁଲେଟ ଟ୍ରେନ ଚଳାଉଛି ତ ଭାରତ ବନ୍ଦେ ଭାରତ ଟ୍ରେନ୍ । ହେଲେ ଏହା ମଧ୍ୟରେ ଏକ ଛୋଟଦେଶ ସ୍ୱିଜରଲାଣ୍ଡ ବିଶ୍ୱର ଦୀର୍ଘତମ ଟ୍ରେନ ଚଳାଇ ରେକର୍ଡ ସୃଷ୍ଟି କରିଛି । ଆଲପସ୍ ପର୍ବତମାଳା ମଧ୍ୟରେ ପଡିଥିବା ଅନ୍ୟତମ ଚିତାକର୍ଷକ ରେଳଲାଇନ ଉପରେ ଶନିବାର ଦିନ ସ୍ୱିଜରଲାଣ୍ଡର ଏକ କମ୍ପାନୀ ଏହି ଦୀର୍ଘତମ ରେଳ ଚଳାଇଛି ।

ସୂଚନା ମୁତାବକ ସ୍ୱିଜରଲାଣ୍ଡର ପ୍ରେଡାରୁ ବର୍ଗୁନକୁ ପଡିଥିବା ଆଲବୁଲା ବର୍ଣ୍ଣନା ରେଳପଥରେ ରିଆଟେନ ରେଲୱେ କମ୍ପାନୀ ପକ୍ଷରୁ ୧୦୦ ଟି କୋଚ ଥିବା ଦୀର୍ଘ ୧.୯ କିଲୋମିଟର ଲମ୍ବର ଏକ ଟ୍ରେନ ଚଳାଇ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛି ।

ପାହାଡ କାଟି ପ୍ରସ୍ତୁତ କରାଯାଇଥିବା ଏହି ‘ଲ୍ୟାଣ୍ଡ ୱାସର ବାଇଡକ୍ସ’ ରେଳ ପଥରେ ୨୨ ଟି ସୁଡଙ୍ଗ ଏବଂ ୪୮ ଟି ସେତୁ ରହିଛି । ଏହି ରେଳପଥଟି ୨୦୦୮ ମସିହାରେ ‘ୟୁନେସ୍କୋ ବିଶ୍ୱ ଐତିହ୍ୟ’ ମାନ୍ୟତା ପାଇଥିଲା ।

ଗତକାଲି ରେଳ କମ୍ପାନୀ ତରଫରୁ ଏହି ରେଳକୁ ଟ୍ରାକ ଉପରେ ଚଳାଯାଇଥିଲା । ଏଥିପାଇଁ ୧ ଘଂଟାରୁ ଅଧିକ ସମୟ ଲାଗିଥିଲା । ଉକ୍ତ ଟ୍ରେନର ୨୫ ଟି ସେକ୍ସନ ଆଲପସ୍ ପର୍ବତମାଳା ଦେଇ ଯାତ୍ରା କରିଥିଲା । ଏହି ଦୃଶ୍ୟକୁ ଦେଖିବାକୁ ହଜାର ହଜାର ଲୋକ ଉପତ୍ୟକା ପାଖରେ ହାଜର ହୋଇଥିଲେ ।

ସେପଟେ ଏହାକୁ ବିଶ୍ୱ ରେକର୍ଡ ଭାବେ ‘ଗିନିଜ ୱାର୍ଲଡ ରେକର୍ଡସ’ ପକ୍ଷରୁ ଔପଚାରିକ ଭାବେ ସ୍ୱିୀକୃତି ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe