ସାଂଘାତିକ ହେଲାଣି ସ୍ୱାଇନ୍ ଫ୍ଲୁ ! ଡାକ୍ତରଖାନାରେ ମିଳୁନି ଟୀକା, ବାହାରେ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ

35

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ସୃଷ୍ଟି କରିଛି । ସ୍ୱାଇନ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଚାଲିଛି । ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ଆଉ ଏଭଳି ସ୍ଥିତିର ଫାଇଦା ଉଠାଇବାରେ ଲାଗିଛନ୍ତି କଳାବଜାରୀ । ବଜାରରେ ଏବେ ସ୍ୱାଇନ ଫ୍ଲୁ ପାଇଁ ମିଳୁଥିବା ପ୍ରତିଷେଧକ ଟୀକା ଉଭାନ ହୋଇଯାଇଛି । ବଜାରରେ ଏବେ ବି ଟୀକା ଚଢା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି । ସ୍ୱାଇନ ଫ୍ଲୁ ଦିନକୁ ଦିନ ଘାତକ ହେଉଥିବାରୁ ଜାଣିଶୁଣି ଏଭଳି ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରାଯାଇଛି ।

କିଛି ଡାକ୍ତର ଓ କର୍ମଚାରୀ ଜାଣିଶୁଣି ଏଭଳି କଳବଜାରୀ କରୁଥିବା ଅଭିଯୋଗ ହୋଇଛି । ଆସନ୍ତା କିଛି ଦିନ ମଧ୍ୟରେ ହି ଟୀକା ବଜାରରେ ମିଳିବ ବୋଲି କୁହାଯାଉଥିଲେ କେବେ ଆସିବ ସେ ନେଇ କେହି କିଛି କହିପାରୁନାହାନ୍ତି । ହୋଲସେଲ ଡିଲର ଓ ଡିଷ୍ଟ୍ରିବ୍ୟୁଟର ବି ସେମାନଙ୍କ ନିକଟରେ ଟୀକା ଉପଲବ୍ଧ ନଥିବା କହୁଛନ୍ତି । ସ୍ୱାଇନ ଫ୍ଲୁରେ ମୃତ୍ୟୁ ସଂଖ୍ୟା ବର୍ତମାନ ସୁଦ୍ଧା ୯ ହେଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଏଭଳି ପରିସ୍ଥିତିରେ ପ୍ରତିଷେଧକ ପାଇଁ ବଜାରରେ ଟୀକା ମିଳୁନଥିବା ଅଭିଯୋଗ ହୋଇଛି ।