ସ୍ୱାଇନ ଫ୍ଲୁ ରେ ପ୍ରଥମ ମୃତ୍ୟୁ ଘଟଣା ପରେ ସତର୍କ ହେଲା ଓଡ଼ିଶା : ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ଼

29

କନକ ବ୍ୟୁରୋ : ସ୍ୱାଇନ ଫ୍ଲୁ ରେ ରାଜ୍ୟରେ ପ୍ରଥମ ମୃତ୍ୟୁ ପରେ ସ୍ୱାଇନ୍ ଫ୍ଲୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଜିଲ୍ଲା, ସବଡିଭିଜନ୍ ଓ ବ୍ଲକ୍ ସ୍ତରରେ ଥିବା ଡାକ୍ତରଖାନାରେ ସ୍ୱାଇନ୍ ଫ୍ଲୁ ୱାର୍ଡ ଖୋଲାଯାଇଛି । ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ସହ ମାସ୍କ ଓ ଚଷମା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ରାଜ୍ୟର ପ୍ରଥମ ସ୍ୱାଇନ ଫ୍ଲୁ ମୃତ୍ୟୁର ଖବର ରାଜଧାନୀରୁ ଆସିଛି । ମୃତ ବ୍ୟକ୍ତି ଜଣକ ଭାଇଜାଗର ବାସିନ୍ଦା ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ନାଁ ଏ ଅନୀଲ କୁମାର । ସେ ଏକ ଘରୋଇ ହସ୍ପିଟାଲରେ ଅନ୍ୟ ରୋଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଠାରେ ଏଚ ୱାନ୍ ଏନ ୱାନ୍ ଭୂତାଣୁ ଥିବା ଜଣାପଡିଥିଲା । ଜାନୁଆରୀ ମାସରୁ ରାଜ୍ୟରେ ମୋଟ ୩୪ ଜଣ ସ୍ୱାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆଉ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସ୍ୱାଇନ ଫ୍ଲୁ ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।