ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଝିଅ ଶ୍ୱେତା ନନ୍ଦା ଏଥର ନୂଆବର୍ଷ ଉପଲକ୍ଷେ ଏପରି ଉପହାର ଦେଇଛନ୍ତି ଯାହା ବିଗ ବିଙ୍କୁ ବହୁତ ଭାବୁକ କରିଦେଇଛି । ବିଗ ବି ସବୁବେଳେ ଝିଅମାନଙ୍କୁ ଅଧିକ ମହତ୍ତ୍ୱ ଦେଇ ଆସିଛନ୍ତି । ସିନେମାର ସୁଟିଂରେ ବ୍ୟସ୍ତ ଥିଲେ ମଧ୍ୟ ସେ ସଦାସର୍ବଦା ନିଜର ନାତୁଣୀ ନବ୍ୟା ଓ ଆରାଧ୍ୟାଙ୍କ ସହ ସମୟ ବିତାଇବାପାଇଁ ଚେଷ୍ଟା କରନ୍ତି ।
ଏଥର ନୂଆ ବର୍ଷ ଦିନ ପୁରା ପରିବାର ପାଇଁ ନିଜେ ଡିନର ତିଆର କରି, ସମସ୍ତଙ୍କୁ ସରପ୍ରାଇଜ କରିଥିଲେ ଶ୍ୱେତା । ବିଗ ବିଙ୍କୁ ଶ୍ୱେତାଙ୍କ ଏଇ ସରପ୍ରାଇଜ ବହୁତ ପସନ୍ଦ ଆସିଥଲା । ଏପଟେ ଅମିତାଭ ବଚ୍ଚନ ଶ୍ୱେତାଙ୍କ ସରପ୍ରାଇଜର ଜବାବରେ ଟ୍ୱିଟରରେ ତାଙ୍କର ଭୁରି ଭୁରି ପ୍ରସଂଶା କରିଛନ୍ତି ।
କେବଳ ଏତିକି ନୁହଁ ସେ ତାଙ୍କର ବ୍ଲଗରେ ମଧ୍ୟ ଏକଥା ଲେଖିଛନ୍ତି, ଏବଂ ତାଙ୍କ ଝିଅ ଦୁନିଆର ସବୁଠାରୁ ସୁନ୍ଦର ବୋଲି ସେ କହିଛନ୍ତି । ଅମିତାଭ ବଚ୍ଚନ ଏ ନୂଆ ବର୍ଷ ଋଷିକେଶରେ ମନାଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/ttt.jpeg)