କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ ! ଆଗାମୀ ସମୟରେ କନ୍ଦମୂଳରୁ ପ୍ରସ୍ତୁତ ହେବ ଚିପ୍ସ ଓ ଅଟା

564

କନକ ବ୍ୟୁରୋ : ସୁଇଟ୍ ପଟାଟୋ ବା କନ୍ଦମୂଳ ଚାଷ ପାଇଁ ରାଜ୍ୟ କୃଷି ବିଭାଗ, ପେରୁର ଇଂଟରନେସନାଲ୍ ପଟାଟୋ ସେଂଟର (ସିଆଇପି) ସହ ବୁଝାମଣା ସ୍ୱାକ୍ଷର କରିଛି । ଓଡ଼ିଶାର କେନ୍ଦୁଝର, ଗଜପତି, ଅନୁଗୁଳ ଓ ରାୟଗଡ଼ା ଜିଲ୍ଲାକୁ କମଳାରଂଗର କନ୍ଦମୂଳ ଚାଷ ସଂପ୍ରସାରିତ କରିବାକୁ ୩ ବର୍ଷ ମଧ୍ୟରେ ୮.୪୬ କୋଟି ଟଙ୍କା ଖର୍ଚ୍ଚ ହେବ । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବରେ କୃଷି ସଚିବ ସୌରଭ ଗର୍ଗ, ସିଆଇପିର ଭାରତ ପ୍ରବନ୍ଧକ- ଡ. ଜୁର୍ଗେନ୍ କ୍ରୋସେଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ, ଗଂଜାମ ଓ ଢ଼େଙ୍କାନାଳରେ କମଳାରଙ୍ଗର ଭିଟାମିନ୍-ଏ ଯୁକ୍ତ କନ୍ଦମୂଳ ଚାଷ କରାଯାଇଥିଲା । ଓଡ଼ିଶା ଦେଶର ୪୦ ଭାଗ କନ୍ଦମୂଳ ଉତ୍ପାଦନ କରି ପ୍ରଥମ ସ୍ଥାନରେ ରହିଛି । ଏହି କନ୍ଦମୂଳରୁ ଚିପସ ଓ ଅଟା ଭଳି ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ଉଦ୍ୟମ କରାଯାଉଛି । କନ୍ଦମୂଳ ଅମଳ ଯନ୍ତ୍ରପାତି ସହି ଅନ୍ୟାନ୍ୟ ଯନ୍ତ୍ରପାତି ବ୍ୟବହାର କରାଯିବା ପାଇଁ ପଦକ୍ଷେପ ନିଆଯିବ । ଏଥିସହ ଏହାକୁ ମଧ୍ୟାହ୍ନ ଭୋଜନରେ ସାମିଲ ପାଇଁ ବିଚାର କରାଯାଉଛି ବୋଲି ମନ୍ତ୍ରୀ ମହାରଥୀ କହିଥିଲେ ।