ବିଜେଡିର ସୋସିଆଲ ମିଡ଼ିଆ ସେଲ୍ ମୁଖ୍ୟ ହେଲେ ସ୍ୱୟଂପ୍ରକାଶ । ନୂଆ ଦାୟିତ୍ୱ ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

13,439

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ନୂଆ ଦାୟିତ୍ୱ । ସୋସିଆଲ ମିଡ଼ିଆ ସେଲର ମୁଖ୍ୟ ଭାବେ ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାପୂର୍ବରୁ ଆଜି ପୁର୍ନଗଠିତ ହୋଇଥିବା ମିଡ଼ିଆ ଟିମରେ ପ୍ୟାନେଲିଷ୍ଟ ଭାବେ ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଥିଲା । ଗତ କିଛି ଦିନ ପୂର୍ବେ ବିଜେଡିରେ ଯୋଗ ଦେଇଥିଲେ ସ୍ୱୟଂପ୍ରକାଶ । ଆଉ ଆଜି ସ୍ୱୟଂପ୍ରକାଶକୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ।
ଏହାସହ ଆଜି ବିଜେଡିର ମିଡ଼ିଆ ଟିମର ପୁର୍ନଗଠନ କରିଛି । ଲେନିନ୍ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ଓ ମଧୁସ୍ମିତା ନାୟକଙ୍କୁ ଗଣମାଧ୍ୟମ ସହ ସଂଯୋଜକ ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ । ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ,ଶର୍ମିଷ୍ଠା ସେଠୀ ଓ ପିନାକୀ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ମିଳିଛି ।

ସେହିଭଳି ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ । ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ହରୀଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ ।

ସେହିଭଳି ୯ ଜଣଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ଦେଇଛି ବିଜେଡି । ଇପସିତା ସାହୁ, ମଧୁସ୍ମିତା ନାୟକ,ସୋଫିଆ ଆଲମ, ମହିକସୀତା ମିଶ୍ର, ଲୋରା ମହାପାତ୍ର, ସ୍ୱାଗତିକା ମହାନ୍ତି, ମିହିର ରାୟ, ସ୍ୱୟଂ ପ୍ରକାଶ ମହାପାତ୍ର ଓ ଅପୂର୍ବା ଅପରୁପାଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ମିଳିଛି ।