କନକ ବ୍ୟୁରୋ : ହିଂସାକାଣ୍ଡକୁ ଏହାରି ଭିତରେ ୧୫ ବର୍ଷ ବିତିଯାଇଛି । କିନ୍ତୁ ସେଦିନ ଘଟିଥିବା ଘଟଣା, ଓଡ଼ିଶା ଇତିହାସରେ ଏକ କଳାଦାଗ ଛାଡ଼ିଯାଇଛି । ଅଶାନ୍ତ ଥିଲା ରାଜ୍ୟ । ସ୍ଥାନେ ସ୍ଥାନେ ଜଳୁଥିଲା ପ୍ରତିବାଦର ନିଆଁ   ।

Advertisment

ଜଲେଶପଟ୍ଟା ଆଶ୍ରମ, ଅଚନାକ୍ ଅଶାନ୍ତ ହେଇାଯାଇଥିଲା । ଯେତେବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କ ୪ ଜଣ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶା ମୁଣ୍ଡରେ ଲାଗିଥିଲା, ସାଂପ୍ରଦାୟିକ ଦଙ୍ଗାର କଳଙ୍କ । ପ୍ରାୟ ମାସେ ଧରି ଦଙ୍ଗାର ନିଆଁରେ ଛଟପଟ ହୋଇଥିଲା କନ୍ଧମାଳ । ବିଜେଡି-ବିଜେପି ମେଂଟ ଭାଙ୍ଗିଗଲା । ବିଜେପିର ହାତ ଛାଡ଼ି ଦେଲେ ନବୀନ ସରକାର ।

ସ୍ଥିତି ଅଣାୟତ ହେବାରୁ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପାଇଁ ଜଷ୍ଟିସ୍ ଏସସି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ବସିଥିଲା । ହେଲେ ଜଷ୍ଟିସ୍ ମହାପାତ୍ରଙ୍କ ବିୟୋଗ ପରେ ଜଷ୍ଟିସ୍ ଏ.ଏସ୍ ନାଇଡୁଙ୍କୁ ନିଯୁକ୍ତି ଦିଆଗଲା । ଶହ ଶହ ସତ୍ୟପାଠ, ଶତାଧିକ ସତ୍ୟପାଠ ପରେ ୨୦୧୫ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଶନ । ହେଲେ ୮ବର୍ଷ ପରେ ବି କମିଶନଙ୍କ ରିପୋର୍ଟରେ ଅଛି କ’ଣ ସାମ୍ନାକୁ ଆସିପାରିଲା ନାହିଁ । ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ

- ତଦନ୍ତ କମିଶନଙ୍କ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ ନାହାଁନ୍ତି ରାଜ୍ୟ ସରକାର?
- ରାଜ୍ୟ ସରକାରଙ୍କ କ’ଣ ବ୍ୟାକ୍ ଡୋର୍ ଏଜେଣ୍ଡା ରହିଛି କି ?
- ତୁରନ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ
- ବିଜେଡି-ବିଜେପି ମିଶି ସରକାରରେ ଥିଲେ
- ୧୫ ବର୍ଷ ପରେ ବି ରିପୋର୍ଟ ଲୋକଲୋଚନକୁ ଆସିଲା ନାହିଁ
- ରିପୋର୍ଟରେ କ’ଣ ଅଛି, ସମସ୍ତଙ୍କର ଜାଣିବାର ଅଧିକାର ଅଛି

ରାଜନୀତିର ଏହି ବୟାନବାଜି ଭିତରେ ଏବେ ବି ଅନେକ ପ୍ରଶ୍ନ ରହିଛି ଯାହାର ଉନ୍ମୋଚନ ହେବାର ବାକି ରହିଛି ।
- ଯେଉଁମାନେ ହତ୍ୟା କରିଥିଲେ ସେମାନ ତ’ ଧରା ହେଲେ କିନ୍ତୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ କିଏ?
- ତଦନ୍ତ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାରେ ଅସୁବିଧା ରହୁଛି କେଉଁଠି?
- ତଦନ୍ତ ରିପୋର୍ଟ କ’ଣ ରହିଛି ତାହା ଲୋକଲୋଚନକୁ ଆସିବାରେ କ’ଣ ସମସ୍ୟା ରହିଛି?

ଠିକ୍ ଏମିତି କିଛି ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି, ବିରୋଧୀ ବିଜେପି ଓ କଂଗ୍ରେସ ।