ୟୁଏଇରେ ଡ୍ରୋନ ଆକ୍ରମଣ: ୫ ମୃତ, ୬ ଆହତ । ମୃତକଙ୍କ ମଧ୍ୟରେ ୨ ଭାରତୀୟ ମୃତ

193

କନକ ବ୍ୟୁରୋ: ସଂଯୁକ୍ତ ଆରବ ଏମିରେଟ୍‌ସ ରାଜଧାନୀ ଆବୁଧାବିର ଏକ ପ୍ରମୁଖ ତୈଳ ସଂରକ୍ଷଣ ଗୋଦାମ ନିକଟରେ ଏକ ସନ୍ଦିଗ୍ଧ ଡ୍ରୋନ୍‌ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଭାରତୀୟ ନାଗରିକ ହୋଇଥିବା ବେଳେ ୩ ଜଣ ପାକିସ୍ତାନୀ ନାଗରିକ। ଡ୍ରୋନ୍‌ ଆକ୍ରମଣରେ ଏକ ପେଟ୍ରୋଲ ଟ୍ୟାଙ୍କରକୁ ଟାର୍ଗେଟ କରି ଉଡ଼ାଇ ଦେବା ଘଟଣାରେ ଏହି ଅଘଟଣ ଘଟିଛି। ଏହି ଆକ୍ରମଣ ଘଟଣାରେ ଅନ୍ୟ ଛଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ୟେମେନର ଇରାନ-ସଂଗଠିତ ହୁଥି ଆନ୍ଦୋଳନ କହିଛି ଯେ ଉପସାଗରୀୟ ରାଜ୍ୟର କର୍ତ୍ତୃପକ୍ଷ ରାଜଧାନୀ ଆବୁଧାବିରେ ଦୁଇଟି ଅଗ୍ନିକାଣ୍ଡ ଘଟିଥିବା ଖବର ପ୍ରକାଶ କରିବା ପରେ ଏହା ସଂଯୁକ୍ତ ଆରବ ଏମିରେଟ୍‌ସ ଉପରେ ଆକ୍ରମଣ କରିଛି। ଯାହା ସମ୍ଭବତଃ ଡ୍ରୋନ୍‌ ଦ୍ୱାରା କରାଯାଇଛି।