ଅଲଗା ହେଲେ ସୁସ୍ମିତା । ବିବାଦ ପରେ ହେଲା ବ୍ରେକଅପ୍ ।

408

କନକ ବ୍ୟୁରୋ: ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ତାଙ୍କ ବୟ ଫ୍ରେଣ୍ଡ ରୋହମନ ଶଭଲଙ୍କ ମଧ୍ୟରେ ବ୍ରେକଅପ୍ ହୋଇଛି । କିଛି ଦିନ ହେବ ସେମାନଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା,  ଯେଉଁଥିପାଇଁ ସୁସ୍ମିତା ଅଲଗା ରହୁଥିଲେ । ରୋହମାନଙ୍କ ସହ ଅତି ଘନିଷ୍ଠ ଥିଲେ ସୁସ୍ମିତା  । ଏପରିକି ସୁସ୍ମିତାଙ୍କ ଦୁଇ ଝିଅ ରୋହମନଙ୍କୁ ବାପା ବୋଲି ଡାକୁଥିଲେ ।

ପୂର୍ବରୁ ରେହମନ୍ ସୁସ୍ମିତାଙ୍କ ସହ ତାଙ୍କ ଘରେ ରହୁଥିବାବେଳେ ଏବେ ତାଙ୍କ ଘର ଛାଡିଦେଇଛନ୍ତି । ରେହମନ୍ ଏବେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରହୁଥିବା ଖବର ରହିଛି । ତେବେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍ ଖବର ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଛି ।

ଦୁହେଁ ଅନେକ ସମୟରେ ନିଜ ଫଟୋକୁ ସୋସିଆଲ ମିଡିିଆରେ ସେୟାର କରୁଥିବା ଦେଖିବାକୁ ମିଳେ । ଏପରିକିି ଏହି ଫ୍ଲାଟଫର୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ମଧ୍ୟ ଫ୍ୟାନ୍ସ୍ସ ବହୁତ ପସନ୍ଦ କରନ୍ତି । ଏବଂ ଦୁହେଁ କେବେ  ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ପ୍ରଶ୍ନ କରନ୍ତି । ଏବେ ବିବାହ ତ ଦୂରର କଥା ଦୁହିଁଙ୍କ ମଧ୍ୟରେ ସମ୍ପ୍ରୂ୍ଣ ବିଚ୍ଛେଦ ଘଟିଛି ।  । କିଛି ମାସ ପୂର୍ବରୁ ଏକ ଅଯଥା ସମ୍ପର୍କରୁ ବାହାରି ଆସିବାକୁ ଚାହୁଁଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ ସୁସ୍ମିତା । ସେତେବେଳେ ଦୁହିଁଙ୍କ ମଧ୍ୟରେ ବ୍ରେକଅପକୁ ନେଇ ଗୁଜବ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କୁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା । ଏବେ କିନ୍ତୁୁ ସେହି ଗୁଜବ ସତ ପ୍ରମାଣିତ ହୋଇଛି ।