୨୩ ବର୍ଷ ପରେ ପୁଣି ଥରେ ମିସ ୟୁନିଭର୍ସ ମଞ୍ଚକୁ ଫେରିବେ ସୁସ୍ମିତା ସେନ୍

୨୩ ବର୍ଷ ପରେ ପୁଣି ଥରେ ମିସ ୟୁନିଭର୍ସ ମଞ୍ଚକୁ ଫେରିବେ ସୁସ୍ମିତା ସେନ୍

Photo Courtesy : https://mrpopat.in

୨୩ ବର୍ଷ ପୂର୍ବେ ଫିଲିଫାଇନ୍ସର ମନିଲା ସହରରେ ଆୟୋଜିତ ହୋଇଥିବା ମିସ ୟୁନିଭର୍ସ ପ୍ରତିଯୋଗୀତାରେ ତାଜ୍ ଜିତିଥିଲେ ସୁସ୍ମିତା ସେନ୍ । ମିସ ୟୁନିଭର୍ସ ତାଜ୍ ଜିତି ସେ ବିଶ୍ୱବାସୀଙ୍କୁ ଭାରତୀୟଙ୍କ ସୁନ୍ଦରତା ଆଡକୁ ଆକର୍ଷିତ କରିଥିଲେ । ଏବେ ପୁଣି ଥରେ ସୁସ୍ମିତା ଏଇ ଇଂଭେଣ୍ଟର ଅଂଶ ହେବାକୁ ଯାଉଛନ୍ତି । କିନ୍ତୁ ଏଥର ପ୍ରତିଯୋଗୀ ରୂପରେ ନୁହଁ ବରଂ ଜଜ୍ ହୋଇ ସାମିଲ ହେବେ ଏହି ଇଭେଣ୍ଟରେ ବୋଲି ଜଣାପଡିଛି ।

ମିିସ ୟୁନିଭର୍ସର ୬୫ତମ ସଂସ୍କରଣ ଏଥର ଫିଲିଫାଇନ୍ସର ମନୀଲା ସହରରେ ଆୟୋଜିତ ହେବାକୁ ଯାଉଛି । ଏଇ ପ୍ରତିଯୋଗୀତାରେ ସୁସ୍ମିତା ଜଜ୍ ପ୍ୟାନେଲରେ ହେବେ ସାମିଲ । ସୁସ୍ମିତା ୨୩ ବର୍ଷ ପରେ ପୁଣିଥରେ ଏହି ପ୍ରତିଯୋଗୀତାର ଭାଗ ହେବେ । ଏଥିପାଇଁ ସେ ବହୁତ ଖୁସି ଓ ଉତ୍ସାହିତ ଥିବା ଜଣାପଡିଛି ।

ଏହି ପ୍ରତିଯୋଗୀତା ୩୦ ଜାନୁଆରୀରେ ଅନୁଷ୍ଠିତ ହେବା ସହ ରେଶମିତା ହରିମୂର୍ତୀ ଭାରତକୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ମିଳିଛି । ୪୧ ବର୍ଷ ବର୍ଷୀୟ ସୁସ୍ମିତା ୧୯୯୪ ରେ ଫିଲିଫାଇନ୍ସର ମନୀଲାରେ ମିସ ୟୁନିଭର୍ସର ତାଜ ଜିତିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe