ସୁଷମା ସ୍ୱରାଜ ଗୁରୁତର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ହେଲେ ଭର୍ତ୍ତି । ହସ୍ପିଟାଲରେ ପହଞ୍ଚିଲେ ଗଡକରୀ ଓ ହର୍ଷବର୍ଦ୍ଧନ

656

କନକ ବ୍ୟୁରୋ : ପୂର୍ବତନ ବୈଦଶିକ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ । ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଛାତିରେ ଯନ୍ତ୍ରଣା ହେବା କାରଣରୁ ସୁଷମାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଅଣାଯାଇଛି ।

ସୁଷମାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜାଣିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି । ଚଳିତ ଥର ସୁଷମା ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି ନେଇଥିଲେ । ବୈଦଶିକ ମନ୍ତ୍ରୀ ଥିବା ବେଳେ ନିଜ କାର୍ଯ୍ୟ ପାଇଁ ସୁଷମା ବେଶ ପ୍ରଂଶସିତ ହୋଇଥିଲେ ।