କନକ ବ୍ୟୁରୋ : ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି । ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା । ସେ ସମୟ ରେ କିଛି ପୋଲିସମାନଙ୍କୁ ମୋହରା ସଜାଇ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପୁରୁଷ ପୋଲିସ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଖରାପ ଆଚରଣ କଲେ ।

Advertisment

ବିଜେଡି ଆଜି ଏକ ହାସ୍ୟାସ୍ପଦ ମନ୍ତବ୍ୟ ଦେଇଛି । କହିଛି ଜଣେ ବ୍ୟକ୍ତିଙ୍କର ରାଜନୈତିକ ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବା ପାଇଁ ଏପରି କରାଯାଇଛି । ମୁଁ ବିଜେଡିକୁ ପ୍ରଶ୍ନ କରୁଛି ବିଜୁ ଜନତା ଦଳ ପ୍ରବକ୍ତାମାନେ ସେହି ବ୍ୟକ୍ତିଙ୍କ ର ନାଁକୁ ଉଠାଉ ନାହାନ୍ତି କାହିଁକି । ସେ ବ୍ୟକ୍ତିଙ୍କ ନାଁ ଧରିବାକୁ ଭୟ କରୁଛନ୍ତି କି ? ପରବର୍ତ୍ତୀ ସମୟ ରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ପରେ ବି କାହିଁକି ମୁହଁ ଖୋଲୁ ନାହାନ୍ତି । ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ । ଏବଂ ସେମାନେ ନିଜର ରାଜନୈତିକ ଅପରି ପକ୍ୱତାର ପ୍ରମାଣ ଦେଉଛନ୍ତି । ଗୃହ ବିଭାଗ ଅଧିନର ଘଟଣା ଏହା । ଗୃହ ବିଭାଗର ମନ୍ତ୍ରୀ କି ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପଦୁଟିଏ ଏ ବିଷୟରେ କହି ନାହାନ୍ତି । କିନ୍ତୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ଚାହୁଁଛନ୍ତି ।

ପୋଲିସ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିବା ପରେ ତାଙ୍କ ପ୍ରବକ୍ତା କହୁଛନ୍ତି ପୋଲିସ ଭଲ ଭାବେ ସିଚୁଏସନ ହ୍ୟାଣ୍ଡଲ କଲା । ମୁଁ ପ୍ରଶ୍ନ କରୁଛି ଏଇଟା କଣ ଭଲ ଭାବେ ହ୍ୟାଣ୍ଡେଲ । ମୁଥା ମାରି, ସାଧା ପୋଷାକ ପିନ୍ଧା ଅଜଣା ଲୋକ ଯାହାକୁ ଆମେ ବିଜୁ ଜନତା ଦଳର ଗୁଣ୍ଡା ଭାବୁଛୁ ସେ ଯେଉଁ ଭଳି ଯୁବ ମୋର୍ଚ୍ଚାର କର୍ମୀଙ୍କ ପେଟକୁ ଲାତ ମାରିବା ଏଇଟା ବୋଧେ ତାଙ୍କର ଭଲ ହ୍ୟାଣ୍ଡେଲ । ଯେତେବେଳେ ଶାସକ ଦଳ ଅକଳରେ ପଡୁଛି ଆଡୁଆରେ ପଡୁଛି ତାକୁ ଉତ୍ତର ରଖିବାର ଆବଶ୍ୟକତା ରହୁଛି ସେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଠାଉଛନ୍ତି । କେନ୍ଦ୍ର ମନ୍ତ୍ରୀ କଣ । ଓଡିଶା ପାଇଁ ତାଙ୍କ ଅବଦାନ କ'ଣ ସାରା ଓଡିଶା ବାସୀ ଜାଣିଛନ୍ତି । ତାଙ୍କୁ ଏହି ଘଟଣା ରେ ଟାଣି ବିଜୁ ଜନତା ଦଳ ନିଜର ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇଛି ।

ବିଜେପି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଚାହୁଁଛୁ । ଓଡିଶାର ଯୁବକଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଉଛି ବିଜେଡି । କହୁଛି ବିକ୍ଷୋଭ କଲେ ତାଙ୍କର ଏକାଡେମିକି କ୍ୟାରିୟର କୁ ନଷ୍ଟ କରୁଛନ୍ତି । ମୋର ପ୍ରଶ୍ନ ରହିବ ବିଜେପି ସରକାର ବା ନିଯୁକ୍ତି ଦେବାରେ ଅପାରଗ ସାଜିଛନ୍ତି । ଓଡ଼ିଶାର ବେକାରୀ ହାର ଜାତୀୟ ସ୍ତରରେ ଲଜ୍ୟା ଜନକ ସ୍ଥିତିରେ ରହିଛି । ଆପଣ ମାନେ ହିଁ ଓଡ଼ିଆ ଯୁବକଙ୍କ ଭାଗ୍ୟକୁ କୁଠାରଘାତ କରୁଛନ୍ତି । ଆପଣଙ୍କ ସାର୍ଟିଫିକେଟକୁ ଓଡିଆ ଯୁବକ ଆବଶ୍ୟକ କରୁ ନାହାନ୍ତି । ପରୋକ୍ଷ ପୂର୍ଣ୍ଣ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନ୍ଦୋଳନତ୍ମକ ମନୋବୃତ୍ତିକୁ ଯଦି ଚପେଇ ଦେବାକୁ ଚାହୁଁଛନ୍ତି ଯୁବମୋର୍ଚ୍ଚା କେବେ ବି ଚୁପ ବସିବନି । ଆହୁରି ଆଗକୁ ଯିବ ଯୁବ ମୋର୍ଚ୍ଚା । ଗତକାଲି ପିଏମଜି ସ୍କୋୟାରକୁ ଚାଇନାର ଏକଛତ୍ର ବଡୀ ଶାସକଙ୍କ ପରି ତିଆନମେନ ସ୍କୋୟାର ର ରୂପ ଦେବା ପାଇଁ ଶାସକ ଦଳ ମନ ବଳାଇ ଥିଲା । ତାହାକୁ ଆମେ କରାଇ ଦେବୁ ନାହିଁ ।