ଭୋଟ ଆସିଲେ ଗୋଡ ଧରୁଛି ବିଜେପି ; ସୂର୍ଯ୍ୟ ପାତ୍ର

42

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ମନ୍ତ୍ରୀଙ୍କ କହିବା ଅନୁସାରେ, ଉଭୟ କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତ୍ୱ ଅବଲମ୍ବନ କରୁଛି । ଏହା ଦଳର ନୀତିଗତ ନିଷ୍ପତ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦଳ କଣ ଆଭିମୁଖ୍ୟ ରଖିବ ସେନେଇ ନିର୍ଣ୍ଣୟ କରିବେ ଦଳୀୟ ସୁପ୍ରିମୋ ।


ତେବେ କହୁ କହୁ ମନ୍ତ୍ରୀ ସୁର୍ଯ୍ୟ ପାତ୍ରଙ୍କ ମୁହଁରୁ ଏଭଳି କିଛି ଶଦ୍ଦ ବାହାରିଥିଲା ଯାହା ବେଶ ଚର୍ଚ୍ଚିତ ମଧ୍ୟ ହୋଇଛି । ଯେତେବେଳେ ସାମ୍ବାଦିକ ପ୍ରଶ୍ନ କଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲେ ସେତେବେଳେ ମନ୍ତ୍ରୀଙ୍କ ଉତ୍ତର ଥିଲା, ସେ ବି ଫୋନ କରୁଛନ୍ତି ଆଉ ଅନ୍ୟମାନେ ମଧ୍ୟ ଫୋନ କରୁଛନ୍ତି । ଏଥିରେ କିଛି ଅସୁବିଧା ନାହିଁ । ଏହାପରେ ପ୍ରଶ୍ନ ଥିଲା, ଅମିତା ଶାହା ରାଜ୍ୟ ସରକାରଙ୍କୁ କିଛି ଦିନ ପୂର୍ବରୁ କଟୁ ଶଦ୍ଦରେ ସମାଲୋଚନା କରିଥିଲେ ଆଉ ଏବେ ସମର୍ଥନ ମାଗୁଛନ୍ତି । ଜବାବରେ ସୂର୍ଯ୍ୟ ପାତ୍ର କହିଥିଲେ, ଭୋଟ ଆସୁଛି ଗୋ ଧରିବେନି ଆଉ କଣ କରିବେ ।

surya patra reaction on loksabha earlier election
ସୂର୍ଯ୍ୟ ପାତ୍ରଙ୍କ ଏହି ଉକ୍ତି ବେଶ ଚର୍ଚ୍ଚାର ବିଷୟ ହୋଇଛି । ସାମ୍ବିଧାନିକ ପଦବୀ ପାଇଁ ହେଉଥିବା ନିର୍ବାଚନରେ ଦଳ ରାଜନୀତିରୁ ଉପରକୁ ଯାଇ ନିଷ୍ପତ୍ତି ନେବ ବୋଲି ଦଳୀୟ ମୁଖପାତ୍ର କହୁଥିବା ବେଳେ ସୂର୍ଯ୍ୟ ପାତ୍ରଙ୍କ ଏହି ବକ୍ତବ୍ୟର ଏବେ ଅନୁଶୀଳନ ଆରମ୍ଭ ହୋଇଛି । ଅତୀତରେ ଶାହା କରିଥିବା ସମାଲୋଚନାର ଜବାବ ଦେବାକୁ ଯାଇ ସୂର୍ଯ୍ୟ ପାତ୍ର ଭିନ୍ନ ଢଙ୍ଗରେ ଉକ୍ତି ରଖିଲେ ନା ଏହାର କିଛି ଗୁଢ ରହସ୍ୟ ରହିଛି, ତାକୁ ନେଇ ଏବେ ଚର୍ଚ୍ଚା । ଆଉ ଏହାରି ଭିତରେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ଆଜି କଣ ଆସୁଛି, ତାକୁ ଅପେକ୍ଷା କରାଯାଇଛି ।