ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବଡ ଉଚ୍ଛେଦ । ଭଙ୍ଗା ଯିବ ମନ୍ଦିର ଚାରିପାଖରେ ଥିବା ଦୋକାନ ଆଉ ଘର ।

ସେପଟେ ପୁରୀର ମଙ୍ଗୁମଠରେ ଆଜି ବି ଚାଲିବ ବୁଲଡୋଜର । ଦ୍ୱିତୀୟ ଦିନରେ ଭଙ୍ଗାଯିବ ଲଜ୍ ଓ ଅନ୍ୟାନ୍ୟ ଘର

193

କନକ ବ୍ୟୁରୋ: ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତୀ ଅଂଚଳରେ ଆଜି ଜବରଦଖଲ ଉଚ୍ଛେଦ ହେବ । ମନ୍ଦିରର ଚାରିପାଶ୍ୱର୍ରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକନା, କୋଠା ଆଦିକୁ ଭଙ୍ଗାଯିବ । ଏନେଇ ଖବର ପ୍ରଚାର ହେବା ପରେ ଗତକାଲି ସ୍ଥାନୀୟ ଅଂଳଚରେ ଉଠାକୋଦାନୀ ତଥା ଅସ୍ଥାୟୀ ଦୋକାନୀମାନେ ନିଜର କ୍ୟାବିନକୁ ଉଠାଇ ନେଇଛନ୍ତି । ସେହିପରି ସ୍ଥାୟୀ ଦେକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଛନ୍ତି । ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଅସ୍ଥାୟୀ ନିର୍ମାଣକୁ କାଢ଼ି ଦିଆଯାଇଥିଲା । କିନ୍ତୁ ବ୍ୟବସାୟୀ ସଂଘ ପ୍ରଶାସନକୁ ଚେତାବନୀ ଦେଇଛି ଯେ ସ୍ଥାୟୀ ଘର କି ଦୋକାନ ଭାଙ୍ଗିଲେ ନିଆଁ ଜଳିବ। କିଛି ଉନ୍ନତିମୂଳକ କାମ କରାଇ ଦେବୁନି।

ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ନିକଟରେ ଥିବା ସବୁ ସରକାରୀ ଜମି ଜବରଦଖଲମୁକ୍ତ କରାଯିବା ନେଇ ଶନିବାର ବିଡିଏ, ବିଏମ୍ସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା। ଏଥିରେ ରାସ୍ତା କଡ଼ରେ ଜବର ଦଖଲ କରିଥିବା ଦୋକାନୀ ଉଠିଯିବାକୁ ଘୋଷଣା କରାଯାଇଥିଲା। ଶତାଧିକ ଅସ୍ଥାୟୀ ଦୋକାନ ବ୍ୟବସାୟୀ ନିଜର ଦୋକନକୁ ଉଠାଇ ଦେଇଛନ୍ତି। ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, କୌଣସି ସ୍ଥାୟୀ ଦୋକାନ କିମ୍ବା କୋଠାକୁ ଭଙ୍ଗା ଯିବ ନାହିଁ। ଯାହା ବେଆଇନ ନିର୍ମାଣ ଥିବ ତାକୁ ଭଙ୍ଗାଯିବ।

ଏପଟେ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିକୁ ଦୃଷ୍ଟିରେ ରଖି ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଭିତରେ ଆଜି ପଡ଼ିବ ମଙ୍ଗୁମଠର ପାଳି । ଆପୋସ ଆଲୋଚନା ଜରିଆରେ ଏହି ଉଚ୍ଛେଦ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ଆଜି ମଙ୍ଗୁମଠ ଉଚ୍ଛେଦ ନେଇ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଶନିବାର ଉଚ୍ଛେଦ ନେଇ ମଠ ମହନ୍ତ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ବର୍ତମାନ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ୩ଟି ମଠର ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ଉଚ୍ଛେଦ ଅଭିଯାନରେ ବର୍ତମାନ ସୁଦ୍ଧା ଶ୍ରୀମନ୍ଦିର ସାମ୍ନାରେ ଥିବା ଏମାର ମଠ, ଲଙ୍ଗୁଳି ମଠ ଏବଂ ବଡ଼ ଆଖଡ଼ା ମଠର ପ୍ରାୟ ଦଶ ଏକର ଜମି ପ୍ରଶାସନ ଦଖଲକୁ ଯାଇଛି ।