ନିରଞ୍ଜନଙ୍କ ନୋଟିସ୍, ସୁରଙ୍କ ଜବାବ: ଲିଖିତ ଉତ୍ତର ଦେଇ କହିଲେ ଏମିତି କଥା…

151

କନକ ବ୍ୟୁରୋ: ନବୀନଙ୍କ ଇଛାରେ ପିସିସି ଚୟନ ହୁଏ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦେଇଥିବା ଏହି ବୟାନକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ଝଡ ଉଠିଛି । ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି ସୁର । କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତର ଦାଖଲ କରିଛନ୍ତି । ପୁଣି ଥରେ ବିଭିନ୍ନ ସମୟରେ କଂଗ୍ରେସ ନେତା ଦେଇଥିବା ରୋଚକ ମନ୍ତବ୍ୟ କଥା ଉଠାଇଛନ୍ତି । ସେତେବେଳେ ସେମାନଙ୍କୁ କାହିଁକି ନୋଟିସ କରାଯାଇନଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ସୁର ଆଣିଥିବା ମନ୍ତବ୍ୟ ରଖିଛନ୍ତି ପସିସି ସଭାପତିି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି, ସୁର ଦେଇଥିବା ମନ୍ତବ୍ୟ ଦଳର ସମ୍ମାନ ହାନି କରିଥିବାରୁ ତାଙ୍କୁ ନୋଟିସ ଦିଆଯାଇଛି । ଦଳର ଶୃଂଖଳା କମିଟିରେ ଏନେଇ ଆଲୋଚନା କରାଯିବ । ଦୋଷୀ ସାବ୍ୟସ୍ଥ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ନିରଞ୍ଜନ ପ୍ରତିକ୍ରିୟା ଦେଲାବେଳେ କହିଛନ୍ତି ଯେ ହନୁ ମଲାବେଳେ ସତ କହେ । ଏହି କଥାର ଅର୍ଥ କଣ ଓ ସେ କାହାକୁ ଇଙ୍ଗିତ କରି କହିଛନ୍ତି , ତାହା ରହସ୍ୟ ବଢ଼ାଇଛି ।

ଏସବୁ ଭିତରେ ଦଳର ରାଜ୍ୟ ମୁଖିଆ ଚୟନ ପାଇଁ ଚାଲିଛି ମାନସ ମନ୍ଥନ । ଜିଲ୍ଲା ସଭାପତି ମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଭାରୀ ଚେଲା କୁମାର । ପିସିସି ପରିବର୍ତନ ନେଇ ସେମାନଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି । କାହାକୁ ପିସିସି ସଭାପତି କରାଯିବ ସେନେଇ ମତ ନେଇଛନ୍ତି ।