ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୫ ଗିରଫ ।

118

କନକ ବ୍ଯୁରୋ: ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରା । ସୁରେଶ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ବନ୍ଧା ହୋଇଛି । ଏହାସହ ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ଦାସ, କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ, ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀ ରାକେଶ କୁମାର ଷଡଙ୍ଗୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ପୂର୍ବରୁ ଏହି ସାଙ୍ଘାତିକ ଅଭିଯୋଗରେ ସୁରେଶର ମୁଖ୍ୟ ସହଯୋଗୀ ମଧୁମଂଜରୀ ଧଳକୁ ଗିରଫ କରିଥିଲା ପୁଲିସ । । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ମଧୁମଂଜରୀ ଓ ସୁରେଶ ବେହେରା ୫ ହଜାର ଟଙ୍କାର ଲୋଭ ଦେଖାଉଥିବା ନେଇ ଅଭିଯୋଗ ଆସିଥିଲା । ଭିନ୍ନକ୍ଷମ ମହିଳାଙ୍କୁ  ଯୌନ ନିର୍ଯାତନା ସହ ଯୌନ ଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିବାର ସାଂଘାତିକ ଅଭିଯୋଗ ରହିଛି ଏହି ଅଭିଯୁକ୍ତଙ୍କ ବିରୋଧରେ ।