ଦିଲ୍ଲୀ ସାକ୍ଷୀ ହତ୍ୟାକାଣ୍ଡର ଚର୍ଚ୍ଚା ଥମିନଥିବାବେଳେ ସୁରତରୁ ଆସିଥିଲା ଆଉ ଏକ ଛାତିଥରା ଘଟଣା, ଝିଅକୁ ଭୁଜାଲିରେ ୨୫ଥର ଚୋଟ ମାରି ହତ୍ୟା କଲା ନୃଶଂସ ବାପା

1,592

କନକ ବ୍ୟୁରୋ : ଦିଲ୍ଲୀର ଛାତିଥରା ସାକ୍ଷୀ ହତ୍ୟାକାଣ୍ଡ ପରେ ଏବେ ଗୁଜରାଟ ସୁରତରୁ ଆସିଛି ଆଉ ଏକ ଜଘନ୍ୟା କାଣ୍ଡର ଲୋମହର୍ଷଣକାରୀ ଦୃଶ୍ୟ । ଜଣେ ବାପା ନିଜର ୧୯ବର୍ଷ ବୟସର ଝିଅକୁ ଭୁଜାଲିରେ ହାଣି ହତ୍ୟା କରୁଥିବା ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଥରେ କି ଦୁଇ ଥର ନୁହେଁ ପାଖାପାଖି ୨୫ଥର ଆକ୍ରମଣ କରିଥିଲା ପିଚାଶ ବାପା । ପରେ ଘୋଡାଇ ଘୋଡାଇ ଅଭିଯୁକ୍ତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ୧୦ଥର ଆକ୍ରମଣ କରିଥିବା ସୂଚନା ମିଳିଛି । ପାରିବାରିକ କଳହରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୁରତର କଡୋଦରା ଜିଲ୍ଲାର ଘଟଣା ଓ ମେ ୧୮ର ବୋଲି ଜଣାପଡିଛି ।