ସୁର ରାଉତରାୟଙ୍କ ବଡ ବୟାନ : କହିଲେ, ୧୭ନେତାଙ୍କ ଭିତରୁ ପିସିସି ସଭାପତି ପଦ ପାଇଁ ୧୦ରୁ ଅଧିକ ଆଶାୟୀ; ତାରା କହିଲେ ସେ ନୁହଁନ୍ତି ଦାବିଦାର, କିନ୍ତୁ ମିଳିଲେ ଛାଡିବେନି ପଦବୀ

231

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ଓ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜାରି ରହିଛି । କାରଣ କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ତାହାକୁ ନେଇ ରାଜନୈତିକ ମହଲରେ ଉକ୍ରଣ୍ଠା ରହିଛି । ଦିଲ୍ଲୀରୁ ଫେରିବା ପରେ ନେତାମାନେ କହିଥିଲେ, ରାଜ୍ୟ ନେତୃତ୍ୱ କିଏ ନେଲେ ଭଲ ହେବ ଜଣ ଜଣ କରି ପଚାରି ବୁଝିଛନ୍ତି ରାହୁଲ ଗାନ୍ଧୀ । ଏହାରି ଭିତରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ବୟାନ ବେଶ ରୋଚକ ହୋଇଛି ।

ତାଙ୍କ କହିବା ହେଲା ଦିଲ୍ଲୀ ଯାଇଥିଲେ ୧୭ଜଣ ନେତା । ଆଉ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନାବେଳେ ୧୦ରୁ ଅଧିକ ନେତା ପିସିସି ସଭାପତି ପଦ ପାଇଁ ଆଶାୟୀ ଥିବା ଜଣାଇଛନ୍ତି । ଯାହା ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କିନ୍ତୁ ନିଜ ଆଡୁ ରାହୁଲଙ୍କୁ କୌଣସି ପ୍ରସ୍ତାବ ଦେଇ ନଥିବା କହିଛନ୍ତି । ହେଲେ ପିସିସି ସଭାପତି ପଦ ମିଳିଲେ ଛାଡିବେନି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।