ଦିଲ୍ଲୀର ମାଲିକ କିଏ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ ! ଜାଣନ୍ତୁ କାହା ଅଧୀନରେ ରହିବ କେଉଁ କ୍ଷମତା । 

151

କନକ ବ୍ୟୁରୋ : ଦିଲ୍ଳୀର ମାଲିକ କିଏ ? ଦିଲ୍ଳୀରେ ଚାଲିବ କାହାର ହୁକୁମ ? ଦୀର୍ଘ ଦିନ ହେବ ଦିଲ୍ଲୀରେ ଏହାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଳୀ ସରକାରଙ୍କ ଭିତରେ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଦିଲ୍ଲୀ ସରକାରଙ୍କ ପାଖରେ ରହିବ କାର୍ଯ୍ୟପାଳିକା କ୍ଷମତା ବୋଲି ସ୍ପଷ୍ଟ କରିଛନ୍ତି ତେବେ ସ୍ଥାନାନ୍ତର ଓ ନିଯୁକ୍ତିକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବାରୁ ଏହାକୁ ବଡ଼ ବେଂଚକୁ ପଠାଇ ଦିଆଯାଇଛି  ।

ଦିଲ୍ଲୀରେ ଚାଲିବ କାହାର ହୁକୁମ୍ ? ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ନେଇ ଉପରାଜ୍ୟପାଳ ଓ କେଜ୍ରିୱାଲ୍ ସରକାର ମୁହାଁମୁହିଁ ହେବା ପରେ ମାମଲାର ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ୍  । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ରାଜ୍ୟପାଳଙ୍କ ପାଖରେ ଜମି, ପୋଲିସ ଓ ଆଇନଶୃଙ୍ଖଳା ପରିଚାଳନା କରିବାର କ୍ଷମତା ରହିବ । ଦିଲ୍ଲୀ ସରକାରଙ୍କ ପାଖରେ ରହିବ କାର୍ଯ୍ୟପାଳିକା କ୍ଷମତା  । ଅନ୍ୟପଟେ ଦୁର୍ନୀତି ନିବାରଣ ବ୍ୟୁରୋ କେନ୍ଦ୍ର ନିୟନ୍ତ୍ରଣରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା କେଜ୍ରିୱାଲ୍ ସରକାରଙ୍କୁ ବଡ଼ ଝଟକା କୁହାଯାଉଛି  ।

ଆସନ୍ତୁ ଜାଣିବା କାହା ପାଖରେ ରହିବ କେଉଁ କ୍ଷମତା ?

– ଜମି, ଆଇଶୃଙ୍ଖଳା, ପୁଲିସ ଓ ଦୁର୍ନୀତି ନିବାରଣ ବିଭାଗ କେନ୍ଦ୍ର ପାଖରେ ରହିବ  ।

– ରାଜସ୍ୱ, ବିଦ୍ୟୁତ୍ ବିଲ୍ ଆଦାୟ କ୍ଷମତା ଦିଲ୍ଳୀ ସରକାରଙ୍କ ପାଖରେ ରହିବ  ।

– ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ଉପରାଜ୍ୟପାଳଙ୍କ ଅଧିନରେ ରହିବ  ।

– କମିଶନ ଏନକ୍ୟୁଆରୀ କ୍ଷମତା କେନ୍ଦ୍ର ସରକାରଙ୍କ ନିକଟରେ ରହିବ  ।

– କେନ୍ଦ୍ରୀୟ ଅଧିକାରୀଙ୍କ ବଦଳି ସମ୍ପର୍କିତ ଶୁଣାଣି ବଡ଼ ଖଣ୍ଡପୀଠ କରିବେ  ।

ଦୀର୍ଘ ଦିନ ହେବ ଦିଲ୍ଲୀରେ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଉପରାଜ୍ୟପାଳଙ୍କୁ ଦିଲ୍ଳୀର ବସ୍ କହିବା ପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଂଜ୍ କରିଥିଲେ ଦିଲ୍ଲୀ ସରକାର  । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ  ।