ନେତା ଦୁଇଟି ଆସନରୁ ଲଢିପାରିବେ କି ନିର୍ବାଚନ? ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ…

367

କନକ ବ୍ୟୁରୋ: ଦୁଇଟି ଆସନରୁ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ନେଇ ହୋଇଥିବା ଆବେଦନ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ଏହି ଜନହିତ ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି, ଏହା ବିଧାନ ନୀତିର ମାମଲା । ଆବେଦନକାରୀଙ୍କ ଓକିଲ କହିଛନ୍ତି, ଏହା ଏଥିପାଇଁ ଭୁଲ ଯେ କୌଣସି ବ୍ୟକ୍ତି ଯଦି ଗୋଟିଏ ଆସନରୁ ବିଜୟୀ ହେବା ପରେ ସେହି ଆସନ ଛାଡି ଦେଉଛି ତେବେ ସେଠାରେ ଭୋଟରଙ୍କୁ ପୁଣିଥରେ ଭୋଟ ଦେବାକୁ ପଡିବ । ଏହା ଧାରା ୧୯ର ଉଲ୍ଲଘଂନ ଅଟେ ।

ସିଜେଆଇ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଲଢୁଥିବା ବ୍ୟକ୍ତି ଜାଣିନଥାନ୍ତି ଯେ, ସେ ଦୁଇ ଆସନରୁ ବିଜୟୀ ହେବେ । ଏହା ନୀତିଗତ ମାମଲା । ଓକିଲ କହିଥିଲେ ବିଧି ଆୟୋଗ ଏହା ଉପରେ ନିଜର ରିପୋର୍ଟ ଦେଇଛନ୍ତି । ଏହା ଉପରେ ସିଜେଆଇ କହିଥିଲେ, ଗୋଟିଏ ଥର ସଂସଦ ଦୁଇ ଆସନରୁ ନିର୍ବାଚନ ଲଢିବାର ସୀମା ନିର୍ଦ୍ଦାରଣ କରିଦେଇଥିଲେ । ଯଦି ତାଙ୍କୁ ଲାଗିବ ତେବେ ଆମେ ପଦକ୍ଷେପ ଗ୍ରହଣ କରିବୁ । କୋର୍ଟ ସିଧାସଳଖ କାହିଁକି ହସ୍ତକ୍ଷେପ କରିବେ, ଯେତେବେଳେ କି ଏହା ଏକ ବିଧେୟକ ସମ୍ବଳିତ ମାମଲା ।

ଏହାକୁ ନେଇ ଓକିଲ କହିଛନ୍ତି, ଦକ୍ଷିଣ ପୂର୍ବ ଏସିଆ ସମେତ ଅଧିକାଂଶ ଦେଶରେ ସ୍ଥାପିତ ହୋଇଥିବା ଲୋକତନ୍ତ୍ରରେ ଗୋଟିଏ ଆସନରେ ନିର୍ବାଚନ ଲଢିବାର ନିୟମ ରହିଛି । ଆବେଦନକାରୀଙ୍କ ପକ୍ଷରୁ ଅନୁଚ୍ଛେଦ ୩୨ ଅନୁଯାୟୀ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୩୩(୭)ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏଥିରେ କେନ୍ଦ୍ର ଏବଂ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଥିଲା ।