କାଶ୍ମୀର ପଣ୍ଡିତଙ୍କ ନରସଂହାର ପ୍ରସଙ୍ଗ, ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

128

କନକ ବ୍ୟୁରୋ: କାଶ୍ମୀର ପଣ୍ଡିତ ନରସଂହାର ସମ୍ବନ୍ଧିତ ଏକ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗୱାଇ ଓ ସିଟି ରବିକୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଛନ୍ତି । ଏନଜିଓ ‘ବି ଦ ସିଟିଜନ’ ପକ୍ଷରୁ ଦାଖଲ ଆବେଦନରେ କାଶ୍ମୀରପଣ୍ଡିତଙ୍କୁ ପୁର୍ନବାର ଥଇଥାନ, ଜନଗଣନା କରିବା ସହ ନରସଂହାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରବାକୁ କୁହାଯାଇଥିଲା । କିନ୍ତୁ କୋର୍ଟ କହିଛନ୍ତି ଆବେଦନକାରୀ ପ୍ରଥମେ ନିଜର ସମସ୍ୟା ବାବଦରେ କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ । ଯଦି ସମାଧାନ ନ ମିଳେ ତେବେ ପୁଣି ଥରେ କୋର୍ଟଙ୍କ ନିକଟରେ ଆବେଦନ କରିପାରିବେ ।