ପୁଣି ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଯଦି ପଦକ୍ଷେପ ନିଆଯାଉଛି ତେବେ ପ୍ରଦୂଷଣ କମୁନି କାହିଁକି?

104

କନକ ବ୍ୟୁରୋ: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ପୁଣି ଚିନ୍ତା ପକଟ କଲେ ସୁପ୍ରିମକୋଟ । ନିର୍ଦ୍ଧେଶ ଦେବା ସତ୍ୱେ ମଧ୍ୟ ଫଳ ଶୂନ୍ୟ ବୋଲି କହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସବୋର୍ଚ୍ଚ ନାୟାଳୟ । ପଞ୍ଜାବ, ହରିଆଣା, ଉତରପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ଏୟାର କ୍ୱାଲିଟି ମାନେଜମେଂଟ କମିସନଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ସେହିପରି ରାଜ୍ୟ ସରକାର ମାନେ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ କଣ ପଦେକ୍ଷପ ନେଇଛନ୍ତି ସେନେଇ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କୁ ନେଇ ଗଠିତ ଖଣ୍ଡପିଠ ଏ ମାମଲାର ଶୁଣାଣି କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଭଲ ନିର୍ଦ୍ଦେଶ ଦେଉଛନ୍ତି କିନ୍ତୁ ଫଳାଫଳ ଆସିଲା ବେଳକୁ ଶୂନ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଏନ.ଭି ରମଣା ।

ସେହିପରି ଦିଲ୍ଲୀରେ କେଉଁ କେଉଁ ଜାଗାରେ କଣ ନିର୍ମାଣ କାମ ଚାଲିଛି ତାର ଏକ ବିବରଣୀ ଦେବାକୁ କେନ୍ଦ୍ର ସରାକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଆଜିଠୁ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି । ସ୍କୁଲ ପରିସରରେ ମାସ୍କ, ସାନିଟାଇଜର ସହିତ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି ।