କନକ ବ୍ୟୁରୋ : ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉଚିତ୍ ନା ଅନୁଚିତ୍ ଏହାକୁ ନେଇ ଏବେ ରାୟ ଶୁଣାଇବେ ଦେଶର ସର୍ବୋଚ୍ଚ ବିଚାରପତି ୟୁ ୟୁ ଲଳିତ । ହିଜାବ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଁଚିବା ପରେ ଆଜି ଏହି ଏହାର ଶୁଣାଣି ହୋଇଛି । ହେଲେ ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ମାମଲାର ଶୁଣାଣି କରୁଥିବା ବେଂଚର ଦୁଇ ବିଚାରପତି ହିଜାବ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି । ଜଣେ ବିଚାର ପତି ମାମଲା ସପକ୍ଷରେ ରାୟ ଦେଇଥିବାବେଳେ ଅନ୍ୟ ଜଣେ ବିଚାରପତି ଏହି ମାମଲାକୁ ଖାରଜ କରିଦେଇଛନ୍ତି । ଫଳରେ ମାମଲାର ଶୁଣାଣି ଏବେ ସିଜେଆଇ ୟୁୟୁ ଲଳିତ କରିବେ ।
୧୫ ମାର୍ଚ୍ଚରେ କର୍ଣ୍ଣାଟକରେ ହିଜାବ ପ୍ରସଙ୍ଗକୁ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଯେଉଁଥିରେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଶୁଣାଣି କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ ବୋଲି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁସଲିମ୍ ଛାତ୍ରୀ ।
Follow Us