କନକ ବ୍ୟୁରୋ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ଏହି ଭିଡିଓ ବିଚଳିତ କଲା ଭଳି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଘଟଣା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜାବବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ହାଜର ହେବା ପାଇଁ କୁହାଯାଇଛି । ଆସନ୍ତା ଶୁକ୍ରବାର ଏହି ଘଟଣାର ଶୁଣାଣି କରିବେ ସୁପ୍ରମକୋର୍ଟ ।

Advertisment

ସେପଟେ ଘଟଣାକୁ ନେଇ କଡ଼ା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମଣିପୁରରେ ଯାହା ଘଟିଛି ତାହା ସମସ୍ତଙ୍କୁ ଆଘାତ ଦେଇଛି । ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ । କୌଣସି ସଭ୍ୟ ସମାଜ ଏହାକୁ ଗ୍ରହଣ କରିବେ ନାହିଁ । ଦୋଷୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ମା’ , ଭଉଣୀଙ୍କ ରକ୍ଷା ପାଇଁ କଠୋର ପଦକ୍ଷେପ ନିଆଯିବ ।

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ହେବା ପରେ ସରକାରଙ୍କ କଡା ନିର୍ଦ୍ଦେଶ । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ନିମୟ ପାଳନ କରିବାକୁ କୁହାଯାଇଛି । ସେପଟେ ଘଟଣା ନେଇ ଆରମ୍ଭ ହୋଇଛି ରାଜନୀତି । ମଣିପୁରକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବା ପାଇଁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ମଣିପୁରରେ ମାନବିକତା ମରିଯାଇଛି । ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଖଡ୍ଗେ । ବିରୋଧୀଙ୍କ ତୀବ୍ର ନିନ୍ଦା ପରେ ରାଜ୍ୟ ସରକାର କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ୨ କୁକି ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ ମୈତେୟୀ ସମ୍ପ୍ରଦାୟ । ଗତ ମେ’ ୪ ତାରିଖରେ ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଘଟଣାର ୨ ମାସ ପରେ ବି ଗିରଫ ହୋଇନାହାନ୍ତି ଅଭିଯୁକ୍ତ ।