ରୀତାଙ୍କ ପରିବାରକୁ ସାହା ହେଲେ ସରକାର । କନକ ନ୍ୟୁଜରେ ଖବର ପରେ ମନ୍ତ୍ରୀ ନେଲେ ପଦକ୍ଷେପ, ମିଳିଲା ବକେୟା ଟଙ୍କା, ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାର ହେଲା ସାମିଲ ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସତ୍ତେ୍ୱ କୈାଣସି ବି ସରକାରୀ ସୁବିଧା ସୁଯୋଗ ତାଙ୍କ ନିକଟରେ ଉପଲବ୍ଧ ନଥିଲା । ଆଉ ଏନେଇ ଖବର ସାମ୍ନାକୁ ଆଣୀବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ରୀତାଙ୍କ ପରିବାର ମୁହଁରେ ହସ ଆଣିଛି ।

507

କନକ ନ୍ୟୁଜରେ ଖବର ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ । ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଅସହାୟ ରୀତା ନାୟକଙ୍କୁ ସହଯୋଗର ହାତ ବଢାଇ ଉଦାହରଣ ସୃଷ୍ଟି କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟ୍ୱିଟ କରି ସୂଚନା ଦେଇଛନ୍ତି, ରୀତାଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ବେଳେ ତାଙ୍କ ଭଙ୍ଗା ଘର ପାଇଁ ପଲିଥିନ ଓ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।

ଗତ ସପ୍ତାହରେ କନକ ନ୍ୟୁଜର ଡିଜିଟାଲ ଡେସ୍କ ଏହି ଘଟଣାକୁ ସାମ୍ନାକୁ ଆଣିବା ପରେ ବିଭାଗୀୟ ଅଧିକାରୀ ତନାଘନା ଆରମ୍ଭ କରିଥିଲେ । ଖାଲି ପଲିଥିନ ଯୋଗାଇବା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାରେ ସହାୟତା ସୀମିତ ରହିନାହିଁ । ବରଂ ତାଙ୍କୁ ଘର ଯୋଗାଇବାକୁ ଓ ବିଧବା ପେନସନ ପ୍ରଦାନ କରିବାକୁ ମଧ୍ୟ କାମାକ୍ଷାନଗର ବିଡିଓଙ୍କୁ କୁହାଯାଇଛି । କାମାକ୍ଷାନଗର ବିଇଓଙ୍କ ରିପୋର୍ଟ ଆଧାରରେ ରୀତାଙ୍କ ସ୍ୱାମୀଙ୍କ ବକେୟା ପିଏଫ ବାବଦ ଅର୍ଥ ୧୫ ହଜାର ୮୯୪ ଟଙ୍କା ପ୍ରଦାନ କରାଯାଇଛି ।

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଶ୍ରୀମୁଲା ଗାଁର ଶିକ୍ଷକ ମନୋହର ନାୟକଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ଗତବର୍ଷ ତାଙ୍କର ମୃତ୍ୟୁ ହୋଇଥିଲା । ଗାଙ୍ଗିଯୋଡି ୟୁ.ପି ସ୍କୁଲରେ ବ୍ଲକଗ୍ରାଣ୍ଡ ଶିକ୍ଷକ ଭାବେ ଚାକିରି କରୁଥିବା ମନୋହରଙ୍କ ହଠାତ ବିୟୋଗ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଅଜାଡି ହୋଇ ପଡିଥିଲା । ସ୍ୱାମୀ ଗଲା ପରେ ଦୁଇ ପିଲାଙ୍କ ମୁହଁରେ ଦାନା ଗଣ୍ଡେ ଯୋଗାଡ କରିବା ମନୋହରଙ୍କ ପତ୍ନୀ ରୀତାଙ୍କ ପାଇଁ ଏକଦମ ଅସମ୍ଭବ ହୋଇପଡିଥିଲା ।

ବାପା ଗଲା ପରେ ପିଲାଙ୍କ ଦାୟିତ୍ୱ ମାଆ ମୁଣ୍ଡରେ ଥିବାରୁ ସାହି ପଡିଶାରୁ ମାଗିଯାଚି ଦୁଇ ପୁଅଙ୍କ ମୁହଁରେ ଦାନା ଦେଉଥିଲେ ରୀତା । ପରଘରୁ ମିଳୁଥିବା ଦୁଇ ମୁଠା ଦାନାରେ ସିନା ସେ ପିଲାଙ୍କ ପେଟ ପୂରାଇ ଦେଉଛନ୍ତି ହେଲେ ନିଜ ପାଇଁଟ୍ଟ? କିଛି ବଳିଲେ ତ ନିଜେ ଖାଇବେଟ୍ଟ ସେଇଥିପାଇଁ ତ ଅନେକ ସମୟରେ ପାଣି ପିଇ ଶୋଇ ଯାଆନ୍ତି ରୀତା ।

ବିଡମ୍ବନାର କଥା ଥିଲା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସତ୍ତେ୍ୱ କୈାଣସି ବି ସରକାରୀ ସୁବିଧା ସୁଯୋଗ ତାଙ୍କ ନିକଟରେ ଉପଲବ୍ଧ ନଥିଲା । ଆଉ ଏନେଇ ଖବର ସାମ୍ନାକୁ ଆଣିବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ରୀତାଙ୍କ ପରିବାର ମୁହଁରେ ହସ ଆଣିଛି ।