ଶାହାରୁଖଙ୍କ ସିନେମାରେ ଠୁମକା ଲଗାଇବେ ସନ୍ନି ଲିଓନ୍

58

ପୂରଣ ହେଇଛି ସନ୍ନିଙ୍କ ଡ୍ରିମ । ଶାହରୁଖଙ୍କ ଅଭିନୀତ ତଥା ଅପକମିଂ ଫିଲ୍ମ “ରଇଜ’ରେ ସନ୍ନି ଲିଓନଙ୍କ ଝଲକ ଦେଖିବାକୁ ମିଳିଛି । ଯାହାକୁ ନେଇ ସନ୍ନି ଦେଖିଛନ୍ତି ଅନେକ ସ୍ୱପ୍ନ । କାରଣ ଶାହରୁଖଙ୍କ ସହ କାମ କରିବାକୁ ସନ୍ନିଙ୍କର ପୂର୍ବର ବହୁତ ଇଚ୍ଛା ଥିଲା ଯାହାକି ଏବେ ସଫଳ ହୋଇଛି ବୋଲି ସେ କହିଛନ୍ତି ।

ତେବେ ଶାହରୁଖଙ୍କ ଅଭିନୀତ ସିନେମା ‘ରଇଜ’ରେ ତାଙ୍କୁ ଏକ ଆଇଟମ ସଙ୍ଗରେ ଡ୍ୟାନ୍ସ କରିବାକୁ ମିଳିଛି । ଯାହାକୁ ସଂପୂର୍ଣ୍ଣ ଭାବରେ ଉପଭୋଗ କରିଛନ୍ତି ସନ୍ନି । ଏବେ ଆଇଟମ ଗୀତର ଅଫିସିଆଲ ଫଟୋ ଜାରି କରାଯାଇଛି । ଆଇଟମ ଗର୍ଲର ଅବତାରରେ ନଜର ଆସିଛନ୍ତି ସନ୍ନି । ଜିନତ ଅମନଙ୍କ ଅଭିନୀତ ହିଟ ସଙ୍ଗ ଲୈଲା ଓ ଲୈଲା ରିମିକ୍ସରେ ନଜର ଆସିବେ ସନ୍ନି ।

ରାହୁଲ ଧୋଲାକିଆଙ୍କ ନିର୍ଦ୍ଦେଶିତ ‘ରଇଜ’ ସିନେମାଟି ଆସନ୍ତା ବର୍ଷରେ ପରଦାକୁ ଆସିବ । ଆଉ ଏଥିରେ ତାଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିବା ଯୋଗୁଁ ବେଶ ଖୁସି ପ୍ରକାଶ କରିଛନ୍ତି ସନ୍ନି ।