ନିଜ ଶରୀରର ଏକ ଖାସ୍ ଅଙ୍ଗର ବୀମା କରିବା ପାଇଁ ଚାହାନ୍ତି ସନ୍ନି ଲିଓନି

ନିଜ ଶରୀରର ଏକ ଖାସ୍ ଅଙ୍ଗର ବୀମା କରିବା ପାଇଁ ଚାହାନ୍ତି ସନ୍ନି ଲିଓନି

ପର୍ଣ୍ଣ ଜଗତରୁ ବଲିଉଡ ଜଗତରେ ପାଦ ଦେଇଥିବା ସନ୍ନି ଲିଓନି ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇ ଏବେ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସନ୍ନି ଏକ ସାକ୍ଷାତକାରରେ ତାଙ୍କ ଶରୀରର ଏକ ଖାସ ଅଙ୍ଗର ବୀମା କରାଇବା ପାଇଁ ଚାହାନ୍ତି ବୋଲି କହିଛନ୍ତି । ସନ୍ନିଙ୍କୁ ଯେତେବେଳେ ପଚାରାଗଲା ସେ ତାଙ୍କ ଶରୀରର କେଉଁ ଅଙ୍ଗ ପାଇଁ ବୀମା କରିବା ପାଇଁ ଚାହିିଁବେ, ବହୁ ଭାବିଚିନ୍ତି ସେ ଉତ୍ତର ଦେଲେ ତାଙ୍କ ଚେହେରା ପାଇଁ ସେ ବୀମା କରିବେ । କାରଣ ସନ୍ନିଙ୍କୁ ଲାଗେ ତାଙ୍କ ଚେହେରା ତାଙ୍କ ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ । ସେଥିପାଇଁ ସେ ତାଙ୍କ ଚେହେରାର ବୀମା କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ।

କିଛି ଦିନ ପୂର୍ବରୁ ‘ରଇସ’ ସିନେମାରେ ସନ୍ନି ଲିଓନିଙ୍କ ଗୀତ "ଲୈଲା ଓ ଲୈଲା' ରିଲିଜ ହୋଇ ଯାଇଛି ଏବଂ ଦର୍ଶକଙ୍କୁ ମଧ୍ୟ ସନିଙ୍କ ଏଇ ଆଇଟମ ଗୀତ ବହୁତ ପସନ୍ଦ ଆସିଛି । ନୂଆବର୍ଷ ଉପଲକ୍ଷେ କଲିକତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସନ୍ନିଙ୍କୁ ଦର୍ଶକଙ୍କ ଅନୁରୋଧ କ୍ରମେ "ଲୈଲା ଓ ଲୈଲା' ଗୀତରେ ୬ ଥର ଡାନ୍ସ କରିବାକୁ ପଡିଥିଲା, ଏଥିରୁ ଆପଣ ଜାଣିପାରୁଥିବେ ଦର୍ଶକଙ୍କୁ ଏଇ ଗୀତ କେତେ ମାତ୍ରାରେ ପସନ୍ଦ ଆସିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe