ଦେହ ଦଲାଲ ସୁନୀଲ ମେହେର ନାଁରେ ଚାର୍ଜସିଟ ଦାଖଲ କଲା ନୟାପଲ୍ଲୀ ପୁଲିସ୍

ଦେହ ଦଲାଲ ସୁନୀଲ ମେହେର ନାଁରେ ଚାର୍ଜସିଟ ଦାଖଲ କଲା ନୟାପଲ୍ଲୀ ପୁଲିସ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଦେହ ଦଲାଲ ସୁନୀଲ ମେହର ନାଁରେ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ପୁଲିସ। ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଆଇପିସି ଧାରା ୩୭୦ କ୍ଲଜ୍-୧, ୧୦୯, ୩୪ ଆଦି ଧାରାରେ ରୁଜୁ ହୋଇଥିବା ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି।

ଦେହ ବ୍ୟବସାୟରେ ଅଭିଯୁକ୍ତ ଥିବା ମୋଷ୍ଟ ୱାଂଟେଡ ସୁନିଲ ମେହେରକୁ କମିସନରେଟ ପୁଲିସ୍  କୋଲକତାରୁ ଗିରଫ କରିଥିଲା। କମିସନରେଟ ପୁଲିସର କୁଇକ ଆକ୍ସନ ଟିମ ଅତର୍କିତ ଚଢ଼ାଉ କରାଯାଇ ସୁନିଲକୁ କାବୁ କରିଥିଲା। ପୂର୍ବରୁ ଅନେକଥର ଗିରଫ ହୋଇଥିଲା ସୁନିଲ। ସୁନିଲ ମେହେର ଥିଲା ସେକ୍ସ ଜଗତର ବେତାଜ୍ ବାଦସାହା। ରାଜଧାନୀ ଭୁବନେଶ୍ୱରରେ ବେଧଡକ ଭାବେ ଚଳାଇଥିଲା ସେକ୍ସ ରାକେଟ୍ । ଦେହ ବ୍ୟବସାୟ ଅଭିଯୋଗରେ କାଜାକସ୍ତାନର ଜଣେ ଯୁବତୀକୁ କମିସନରେଟ୍ ପୁଲିସ ଅଟକ ରଖିବା ପରେ ତନାଘନା କରିଥିଲା ପୁଲିସ।

ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାକୁ ଖୋଜୁଥିଲା ପୁଲିସ । କେବଳ ବିଦେଶିନୀ ନୁହଁନ୍ତି ମୁମ୍ବାଇ ମଡେଲ୍ ଓ ବଙ୍ଗୀୟ ମଡେଲଙ୍କୁ ଦେହ ବ୍ୟବସାୟରେ ଲଗାଇଥିବା ଅଭିଯୋଗ ମଧ୍ୟ ରହିଛି ସୁନିଲ୍ ବିରୋଧରେ । କେବଳ ରାଜ୍ୟରେ କିମ୍ବା ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ସୁନୀଲର ରାକେଟ୍ ଥିବା ସଂଦେହ କରାଯାଏ । ତା ଗ୍ରାହକ ମଧ୍ୟରେ ବହୁ ନେତା ଓ ଅଫିସର ଥିବା ଚର୍ଚ୍ଚା ହୁଏ । ସେ ଏପରି ପ୍ରଭାବଶାଳୀ ଥିଲା ଯେ ବାରମ୍ବାର ପୁଲିସ ପଂଝାରେ ଫସିଥିଲେ ବି ଖସି ଯିବାକୁ ସମର୍ଥ ହେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe