ଗଡୁଛି ଦିନ, ବଢୁଛି କୁସ୍ତିଯୋଦ୍ଧାଙ୍କ ବଳ । ସମର୍ଥନରେ ବାହାରିଲେ ୧୯୮୩ କ୍ରିକେଟ ବିଶ୍ୱକପ ବିଜେତା ଟିମ୍

149

କନକ ବ୍ୟୁରୋ : ଦିନ ଗଡୁଛି, ବଢୁଛି କୁସ୍ତିଯୋଦ୍ଧାଙ୍କ ବଳ । ରାଜନେତା, ଚାଷୀ ନେତାଙ୍କ ପରେ ଏବେ ପୂର୍ବତନ କ୍ରିକେଟର କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି । ୧୯୮୩ ମସିହାô କ୍ରିକେଟ ବିଶ୍ୱ କପ ବିଜେତା ଭାରତୀୟ ଟିମ ଏବେ ସମର୍ଥନ ଜଣାଇଛନ୍ତି । ମିଳିତ ବୟାନ ଜାରି କରି ପୂର୍ବତନ କ୍ରିକେଟର କହିଛନ୍ତି ଦେଶର ଗର୍ବ ଓ ଗୌରବ କୁସ୍ତିଯୋଦ୍ଧାଙ୍କ ବର୍ତମାନ ପରିସ୍ଥିତି ସେମାନଙ୍କୁ ବ୍ୟତିଥ କରିଛି । ଯେଉଁଭଳି ଭାବରେ ଦିଲ୍ଲୀ ପୁଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛି ତା ନିନ୍ଦନୀୟ । ଏଥିସହ କୁସ୍ତିଯୋଦ୍ଧାଙ୍କୁ ପୂର୍ବତନ କ୍ରିକେଟର ପଦକ ଗଙ୍ଗାରେ ନଭସାଇବା ପାଇଁ ଅପିଲ କରିଛନ୍ତି । ନ୍ୟାୟପାଳିକା ଓ ସରକାରଙ୍କ ଉପରେ ଭରଷା ରଖିବାକୁ ପୂର୍ବତନ କ୍ରିକେକଟର କୁସ୍ତିଯୋଦ୍ଧାଙ୍କୁ କହିଛନ୍ତି । କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ନେତ ରାହୁଲ ଗାନ୍ଧୀ ଟୁଇଟ କରିଛନ୍ତି । ପ୍ରମାଣ ଥିବା ସତ୍ୱେ କଣ ପାଇଁ ସରକାର ବ୍ରିଜଭୁଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ସେହିପରି ସେପଟେ ଚାଷୀଙ୍କ ସମର୍ଥନରେ ବାହାରି ଗୁରୁବାର ଉତରପ୍ରଦେଶ ଓ ଶୁକ୍ରବାର କୁରୁକ୍ଷେତ୍ରରେ ମହାପଂଚାୟତ କରିଛି ଚାଷୀ ସଂଘ ବିକେୟୁ । ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କୁ ଭେଟି କୁସ୍ତିଯୋଦ୍ଧାଙ୍କ ଦାବି ରଖିବାକୁ ନିଷ୍ପତ ନେଇଛନ୍ତି ଚାଷୀ ସଂଘ । ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନେ ସମର୍ଥନ ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି ।ସେପଟେ ଅଭିଯୋଗ ଘେରରେ ଥିବା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୁଷଣ ନାଁରେ ଆଉ ଦୁଇଟି ଏଫଆଇଆର ରୁଜୁ ହୋଇଛି । ଅଭିଯୋଗ ଆସିବା ପରେ ବ୍ରିଜ୍ଭୁଷଣ ଆୟୋଜନ କରିଥିବା ରାଲିକୁ ରଦ୍ଦ କରାଯାଇଥିବା ଜଣାପଡିଛି