ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ୍, ଟୁଇଟ୍ କରି ଦେଲେ ସୂଚନା।

61

କନକ ବ୍ୟୁରୋ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏ ନେଇ ସୁନୀଲ ଛେତ୍ରୀ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି ଯେ – ମୁଁ କରୋନା ଆକ୍ରାନ୍ତ ହୋଇଛି। ହେଲେ, ମୁଁ ଏବେ ଭଲ ଅନୁଭବ କରୁଛି। ଏବେ ଧୀ‌ରେ ଧୀରେ ସୁସ୍ଥ ହେଉଛି ଏବଂ ଶୀଘ୍ର ଫୁଟବଲ୍ ପିଚକୁ ଫେରିବା ଉଚିତ୍ ବୋଲି ଲେଖିଛନ୍ତି ସୁନୀଲ ଛେତ୍ରୀ।

ଛେତ୍ରୀ ନିକଟରେ ଭାରତୀୟ ସୁପର ଲିଗ୍ ୨୦୨୦-୨୧ ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଲୁରୁ ଏଫସିର ନେତୃତ୍ୱ ନେଇଥିଲେ, ଯେଉଁଥିରେ ତାଙ୍କ ଦଳ ୨୨ ପଏଣ୍ଟ ସହ ୫ଟି ଗେମ୍ ଜିତିଥିଲା, ଏହାସହ ଏଥିରେ ୭ଟି ମ୍ୟାଚ୍ ଡ୍ର ହୋଇଥିଲା ଏବଂ ୮ଟି ହାରିଥିଲା ସୁନୀଲ ଛେତ୍ରୀଙ୍କ ଦଳ । ଛେତ୍ରୀ ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ମ୍ୟାଚରେ ୮ଗୋଲ ସ୍କୋର କରିଥିଲେ ଏବଂ ପ୍ରତିଯୋଗିତାରେ ସପ୍ତମ ସର୍ବାଧିକ ସ୍କୋର କରିଥିବା ଖେଳାଳୀ ହୋଇଥିଲେ। ହେଲେ ଏବେ ସେ କରୋନା ଆକ୍ରାନ୍ତ ହୋଇଥିବାରୁ ଆଗକୁ ଥିବା ମ୍ୟାଚ ଖେଳି ପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।