କନକ ବ୍ୟୁରୋ: ଭାରତୀୟ ଫୁଟବଲ ଟିମ୍ ସେଫ ଫୁଟବଲ ଚାମ୍ପିୟନସିପରେ ଚମତ୍କାର ଆରମ୍ଭ କରିଛି । ବୁଧବାର ବାଙ୍ଗାଲୋରର କାନ୍ତିର୍ବା ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୪-୦ରେ ପରାସ୍ତ କରିଛି । ଏହି ମ୍ୟାଚରେ ହାଟ୍ରିକ ଗୋଲ ମାରି ମ୍ୟାଚର ହିରୋ ସାଜିଥିଲେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ । ଏହାସହ ଚତୁର୍ଥ ଗୋଲ ଉଦାନ୍ତା ସିଂ ମାରିଥିଲେ ।

Advertisment

ପାକିସ୍ତାନ ବିପକ୍ଷରେ ୩ ଗୋଲ ମାରିବା ପରେ ସୁନୀଲ ଛେତ୍ରୀ ଅନ୍ତର୍ଜତୀୟ ପୁଟବଲରେ ସବୁଠାରୁ ଅଧିକ ଗୋଲ କରିଥିବା ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଭାରତ ପାଇଁ ମୋଟ ୧୩୮ ମ୍ୟାଚ ଖେଳି ୯୦ ଗୋଲ କରି ଛେତ୍ରୀ ମାଲେସିୟାର ମୋଖକ୍ତାର ଦହାରୀଙ୍କୁ ପଛରେ ପକାଇଛନ୍ତି । ଯିଏ ୧୪୨ ମ୍ୟାଚରେ ୮୯ ଗୋଲ କରିଛନ୍ତି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି, ତାଙ୍କପରେ ଦ୍ୱିତୀୟରେ ଇରାନର ଅଲ୍ଲୀ ଦଇ । ଆଜେଣ୍ଟିନାର ଅଧିନାୟକ ଲିୟୋନେଲ ମେସି ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ସୁନୀଲ ଛେତ୍ରୀ ଚତୁର୍ଥ ସ୍ଥାନରେ ରହିଛି ।

ଇଣ୍ଟରନ୍ୟାସନାଲ ଫୁଟବଲରେ ସବୁଠାରୁ ଅଧିକ ଗୋଲ
କ୍ରିଷ୍ଟିୟାନୋ ରୋନାଲ୍ଡୋ                    - ୧୨୩
ଅଲ୍ଲି ଦଇ                                     - ୧୦୯
ଲିୟୋନେଲ ମେସି                         - ୧୦୩
ସୁନୀଲ ଛେତ୍ରୀ                              - ୯୦
ମୋଖ୍ତାର ଦହାରୀ                          - ୮୯