ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ : ସୁନ୍ଦରଗଡ ଜିଲ୍ଲା ବଡଗାଁରେ ଅଘଟଣ

ବାଇକରେ ଦୁଇ ଯୁବକ ଆସି ଜୁଏଲାରୀ ମାଲିକଙ୍କ ଉପରକୁ ଚଳାଇଥିଲେ ୨ ରାଉଣ୍ଡ ଗୁଳି; ମୁଣ୍ଡ ଓ ପେଟରେ ବାଜିଥିଲା ଗୁଳି, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

614

କନକ ବ୍ୟୁରୋ : ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ବଡ଼ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ବଡଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ମା ମଙ୍ଗଳା ଜୁଏଲାରୀ ଦୋକାନ ସାମ୍ନାରେ ଜୁଏଲାରୀ ଦୋକାନ ମାଲିକଙ୍କ ପୁଅଙ୍କୁ ୨ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଗୁଳି ଦୋକାନ ମାଲିକଙ୍କ ପୁଅର ମୁଣ୍ଡ ଓ ପେଟରେ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଚିକିତ୍ସାଧିନ ଅବସ୍ଥାରେ ଦୋକାନ ମାଲିକଙ୍କ ପୁଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଜୁଏଲାରୀ ଦୋକାନ ଆଗରେ ଥିବା ଦୋକାନ ମାଲିକଙ୍କ ପୁଅକୁ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ଦୁଇ ରାଉଣ୍ଡ ଗୁଳି କରି ଖସିଯାଇଥିଲେ । ତେବେ ଗୁଳି ମାଡ ସମୟରେ ସରୋଜ ଦାସ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଠ ରହିଛି ।