ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲରୁ ବନ୍ଦ ହେବ ରବିବାର କ୍ଲାସ୍, ଆରମ୍ଭ ହେବ ରିଭିଜନ୍ କ୍ଲାସ୍, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

495

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏପ୍ରିଲ ପହିଲାରୁ ହେବ ରିଭିଜନ୍ କ୍ଲାସ । ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ କଭର ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ସ୍କୁଲ ମାନଙ୍କରେ ପିଲାମାନଙ୍କ ପାଠ୍ୟକ୍ରମ ସରିଆସିଲାଣି, ତେଣୁ ରେଗୁଲାର କ୍ଳାସ୍ ଜରୁରୀ ନାହିଁ । ସେଥିପାଇଁ ଆମେ ବିଚାର କରୁଛୁ, ମୁଁ ଭାବୁନାହିଁ ମାର୍ଚ୍ଚ ପରେ ଆଉ ସ୍କୁଲରେ କିଛି କାର୍ଯ୍ୟକ୍ରମ ରହିବ । ପିଲାମାନେ ବିଶେଷ କରି ସେଲ୍ଫ ଷ୍ଟଡି ବା ଘରେ ରହି ପାଠପଢ଼ିବାକୁ ଆଗ୍ରହ କଲେଣି । ସେଥିପାଇଁ ରବିବାର କ୍ଲାସର ମଧ୍ୟ ଆବଶ୍ୟକ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଏପରିକି ପିଲାମାନଙ୍କ ପାଇଁ ବିଭାଗ ଯୋଗାଇଦେଇଥିବା ‘ପରୀକ୍ଷା ଦର୍ପଣ’ ସହାୟକ ହେଉଛି । ସେଥିପାଇଁ ଆସନ୍ତା ମାସରୁ ରେଗୁଲାର କ୍ଲାସର ଜରୁରୀ ମନେ ହେଉନାହିଁ । ପିଲାମାନେ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନସ୍ଥ କଲେଣି ବୋଲି ଏବେ କ୍ଲାସରେ ପ୍ରାୟତଃ ଉପସ୍ଥାନ କମ୍ ଦେଖିବାକୁ ମିଳୁଛି ତେଣୁ ଆମେ ବିଚାର କରୁଛୁ ଆସନ୍ତା ମାସରୁ ପିଲାମାନଙ୍କୁ ସେଲ୍ଫ ଷ୍ଟଡିକୁ ଗୁରୁତ୍ୱ ଦେବୁ ।