୨ ଦିନ ପରେ ବାହାରିଲା ସମାଧାନର ବାଟ : ଆନ୍ଦୋଳନରୁ ହଟିବେ ସୁନ୍ଦରଗଡ଼ ଟ୍ରକ୍ ମାଲିକ

42

କନକ ବ୍ୟୁରୋ : ଦୁଇ ଦିନ ପରେ ବାହାରିଲା ସମାଧାନର ବାଟ । ଆନ୍ଦୋଳନରୁ ହଟିବେ ସୁନ୍ଦରଗଡ଼ ଟ୍ରକ୍ ମାଲିକ । ପ୍ରଶାସନ, ପ୍ଲାଣ୍ଟ ଅଧିକାରୀ ଓ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଭଡ଼ା ବୃଦ୍ଧି ଦାବିରେ ସୁନ୍ଦରଗଡ଼ ଟ୍ରକ୍ ମାଲିକଙ୍କ ପକ୍ଷରୁ ଚକା ଜାମ୍ ଆନ୍ଦୋଳନ କରାଯାଇଥିଲା ।

ଫଳରେ ଏମସିଏଲର ତିନୋଟି କୋଇଲା ଖଣିରୁ କୋଇଲା ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା । ଝାରସୁଗୁଡା , ସମ୍ବଲପୁର ଓ ଛତିଶଗଡକୁ ଏମସିଏଲରୁ କୋଇଲା ପରିବହନ ହେଉଥିବା ବେଳେ ଏହାର ଭଡ଼ା ବୃଦ୍ଧି କରାଯିବାକୁ ଦାବି ହୋଇଥିଲା । ଟନ୍ ପ୍ରତି ୧୪୦ ଟଙ୍କା ବୃଦ୍ଧି କରିବାକୁ ଦାବି ଜଣାଇ ଏହି ବନ୍ଦ ଡାକରା ଦେଇଥିଲା ଟ୍ରକ୍ ମାଲିକ ୟୁନିଅନ୍ ।