ପୁଣି ଅଶାନ୍ତ ସୁନ୍ଦରଗଡ । ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଉତେଜନା : ପୂର୍ବରୁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ

122

କନକ ବ୍ୟୁରୋ : ସୁନ୍ଦରଗଡରେ ପୁଣି ଦେଖା ଦେଇଛି ବିବାଦ । ଗତ ସଂଧ୍ୟାରେ ସିଏଏ ପ୍ରସଙ୍ଗରେ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଫଳରେ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ଖବର ପାଇ ଘଟଣା ସ୍ଥଳରେ ଏସପି ସୌମ୍ୟା ମିଶ୍ର ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତଥାପି ଅଂଚଳରେ ଚାପା ଉତେଜନା ଲାଗି ରହିଛି । ପୂର୍ବରୁ ନାଗରିକ ସଂଶୋଧନ ଆଇନ୍କୁ ନେଇ ସୁନ୍ଦରଗଡରେ ସାମ୍ମାସାମ୍ନି ହୋଇଥିଲେ କଂଗ୍ରେସ କର୍ମୀ ଓ ସପକ୍ଷବାଦୀ ଗୋଷ୍ଠୀ ।

କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ରାଲି ଚାଲିଥିବା ବେଳେ ସମାନ ଭାବେ ସିଏଏ ସପକ୍ଷରେ ଅଭିଯାନ ଚାଲିଥିଲା । ଏଭଳି ସ୍ଥିତିରେ ଡିଆରଡିଏ ଛକରେ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ ଏବଂ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା । ଉତେଜନା ବଢିବା ସହ ରଣକ୍ଷେତ୍ର ପାଲଟିଯାଇଥିଲା ସ୍ଥାନୀୟ ଅଂଚଳ । ପରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିଲା ।