ଘରେ ନଥିଲା ଖଟ କି ଫ୍ରିଜ ! ସାଧାରଣ ଲୋକଙ୍କ ଭଳି ଜିବନ ବିତାଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । 

ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଯିଏକି ଏବେ ବିଶ୍ୱର କେତେ ଜଣ ଧନୀ ଲୋକଙ୍କ ଶ୍ରେଣୀ ତାଲିକାରେ ସ୍ଥାନ ପାଉଛନ୍ତି।

720
ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଯିଏକି ଏବେ ବିଶ୍ୱର କେତେ ଜଣ ଧନୀ ଲୋକଙ୍କ ଶ୍ରେଣୀ ତାଲିକାରେ ସ୍ଥାନ ପାଉଛନ୍ତି। ସେ ଆରମ୍ଭରୁ ଯେପରି ଜୀବନ ବିତାଇଛନ୍ତି ତାହା ଏବେ ସାଧାରର ଲୋକଙ୍କ ପାଇଁ ଉଦାହରଣ ପାଲଟିଛି। ସେ କହନ୍ତି କି ଚେନ୍ନାଇରେ ରହୁଥିବା ସମୟରେ ତାଙ୍କ ଜୀବନ ଏକଦମ ସାଧାରଣ ଥିଲା। ଏପରିକି ସେ ସମୟରେ ତାଙ୍କ ଘରେ ଏକ ଫ୍ରିଜଟିଏ ବି ନଥିଲା। ତା ସତ୍ତ୍ୱେ ବି ସେ କହିଛନ୍ତି କି ଭାରତରେ ବଢ଼ିବା ଥିଲା ଏବେର ଜୀବନ ତୁଳନାରେ ଖୁବ୍ ଉତ୍କଷ୍ଟ।
ପିଚାଇ ଆହୁରି ବି କହିଛନ୍ତି କି ଆମ ଘରେ ଖଟଟିଏ ବି ନଥିଲା। ସେ ସମୟରେ ଆମେ ଚଟାଣରେ ବିଛଣା ପାରି ଶୋଉଥିଲୁ। ଶୋଇବା ପାଖରେ ପାଣି ବୋତଲ ରଖି ଶୋଇବା ଆମର ଏକ ପ୍ରକାରର ଅଭ୍ୟାସ ହୋଇଯାଇଥିଲା। ଅନ୍ୟମାନଙ୍କ ଘରେ ରେଫ୍ରିଜିରେଟର ଥିଲା। ଆମ ଘରେ ନଥିଲା। ଶେଷରେ ଆମ ଘରକୁ ଏକ ଫ୍ରିଜ୍ ଆସିଲା। ତାହା ଆମ ପାଇଁ ଖୁବ୍ ବଡ଼ କଥା ଥିଲା।
ପିଲାଦିନେ ପିଚାଇ ଅଧିକାଂଶ ସମୟ ପଢ଼ିବାରେ ବିତାଉଥିଲେ। ସେ ୨୦୦୪ ମସିହାରେ ଗୁଗୁଲରେ ଚାକିରି ପାଇଲେ। ସେ ପ୍ରଥମ ଥର ପାଇଁ ବିମାନରେ ଷ୍ଟାନଫୋର୍ଡ ୟୁନିଭରସିଟିରେ ନାମ ଲେଖାଇବା ପରେ ହିଁ ଯାତ୍ରା କରିଥିଲେ।