କନକ ବ୍ୟୁରୋ: ଅତିକ୍ -ଅସ୍ରଫ ହତ୍ୟା କାଣ୍ଡ ମାମଲା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଦୁହିଁଙ୍କ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହତ୍ୟାକାରୀ ସନି ସିଂଙ୍କର ପଶ୍ଚିମ ଉତ୍ତରପ୍ରଦେଶର ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟି ସହ ଲିଙ୍କ ଥିବା ଜଣାପଡିଛି । ଅତିକ୍-ଅସ୍ରଫଙ୍କୁ ହତ୍ୟା କରିବାକୁ ବ୍ୟବହାର କରିଥିବା ପିସ୍ତଲ ମଧ୍ୟ ସୁନ୍ଦର ଭଟି ଜରିଆରେ ମିଳିଛି ବୋଲି ଜଣାପଡିଛି । ପ୍ରୟାଗରାଜରେ ପୁଲିସ ହେଫାଜତରେ ଆସୁଥିବା ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଅତିକ୍ ଓ ଅସ୍ରଫ୍ ଅହମଦଙ୍କୁୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ସନି ସିଂଙ୍କର ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟର ସୁନ୍ଦର ଭଟି ସହ ଲିଙ୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କିଏ ଏହି ସୁନ୍ଦର ଭଟି? ଅତିକ୍ ଓ ଅସ୍ରଫ ହତ୍ୟାକାଣ୍ଡର ସହ ତା’ର ସମ୍ପର୍କ କ’ଣ?

Advertisment

ସୁନ୍ଦର ଭଟି ଉପରେ ହତ୍ୟା, ରାହାଜାନି, ଲୁଟ୍, ମାରପିଟ୍ ପରି ୬୦ରୁ ଅଧିକ ଅପରାଧିକ ମାମଲା ରହିଛି । ହରେନ୍ଦ୍ର ପ୍ରଧାନ ନାମକ ବ୍ୟକ୍ତିଙ୍କୁ ହତ୍ୟା ଘଟଣାରେ ଗତବର୍ଷ ସୁନ୍ଦର ଭଟିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରଥମେ ତାକୁ ହମିରପୁର ଜେଲରେ ରଖାଯାଇଥିଲା । ସନି ସିଂ ମଧ୍ୟ ଲୁଟ୍ ମାମଲାରେ ସେହି ଜଲେରେ ବନ୍ଦ ଥିଲା । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୋଇଥିଲା । କିଛି ମାସ ପରେ ସନି ସିଂ ଜେଲରୁ ମୁକୁଳିଲା ହେଲେ ସୁନ୍ଦର ଭଟିକୁ ହମିରପୁର ଜେଲରୁ ସୋନଭଦ୍ର ଜେଲକୁ ସ୍ଥାନାନ୍ତର କରାଯାଇଛି । ଜେଲରୁ ମୁକୁଳିବା ପରେ ସୁନ୍ଦର ଭଟି ପାଇଁ କାମ କରିଆସୁଛି ସନି ସିଂ ।