ପୁଣି ବଢ଼ିଲା ସ୍କୁଲ ଛୁଟି ! ୨୧ ପରିବର୍ତ୍ତେ ଜୁନ ୨୬ରେ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

77

କନକ ବ୍ୟୁରୋ : ପୁଣି ବଢ଼ିଲା ଗ୍ରୀଷ୍ମ କାଳୀନ ଛୁଟି ଅବଧି । ଜୁନ ୨୧ ବଦଳରେ ୨୬ ଜୁନରେ ସ୍କୁଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲ ଜୁନ ୧୮ରେ ଖୋଲିବାକୁ ନିର୍ଦ୍ଧାରିତ କରାଯାଇଥିଲା । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ଯୋଗୁଁ ଜୁନ ୧୮ ତାରିଖ ଠାରୁ ୩ଦିନ ଅଧିକ ଛୁଟି ଘୋଷଣା କରାଯାଇଥିଲା । ତେବେ ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଛୁଟିକୁ ପୁଣି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଉ ୭ ଦିନ ଧରି ଖରାର ପ୍ରବାହ ଲାଗି ରହିବ ବୋଲି ସୂଚନା ମିଳିଥିଲା ।

ପୂର୍ବଥର ଛୁଟି ଅବଧି ବୃଦ୍ଧି କରିବା ପରେ ମଧ୍ୟ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୁଚନା ଦେଇଥିଲେ ଯେ,  ଆଗକୁ ଯଦି ଏଭଳି ତାତି ଲାଗି ରହେ ତେବେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ସଚିବ କହିଥିଲେ । ପୂର୍ବରୁ ଜୁନ ୧୭ ପାର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ ମୌସୁମୀ ବାୟୁ ଓ ବର୍ଷା ରାଜ୍ୟରେ ପହଁଚି ସାରିଥିଲେ ମଧ୍ୟ ରାଜ୍ୟରେ ଗତ ୫ରୁ ୬ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୧୦ରୁ ଉଦ୍ଧ୍ୱର୍ ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସରେ ରହୁଛି । ଯେଉଁଥିପାଇଁ ପ୍ରଚଣ୍ଡ ରୌଦ୍ର ତାପ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ।

ଏଭଳି ସ୍ଥିତିରେ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୁନ ୨୧ ପରିବର୍ତ୍ତେ  ଜୁନ ୨୬ ତାରିଖ ଦିନ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ୨୧ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଗ୍ରୀଷ୍ମ ଛୁଟି ପରେ ଖୋଲିବା ନେଇ ଗଣଶିକ୍ଷା ବିଭାବ ତରଫରୁ ଅବଗତ କରାଯାଇଥିଲା । ମାତ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଧ୍ୟାନ ଦେଇ ରାଜ୍ୟ ସରକାର ଜୁନ ୨୧ ପରିବର୍ତ୍ତେ ଆସନ୍ତା ଜୁନ ୨୬ ତାରିଖ ଦିନ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।