ସମ୍ ଅଗ୍ନିକାଣ୍ଡ ଘଟଣା : ଖଣ୍ଡଗିରି ଥାନାରେ ପହଂଚିଲେ ଘଟଣାରେ ଗିରଫ ହୋଇଥିବା ଅଧିକ୍ଷକ ପୁଷ୍ପରାଜ ସାମନ୍ତସଂହାର

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖଣ୍ଡଗିରି ଥାନାରେ ପହଂଚିଲେ ସମ୍ ଅଗ୍ନିକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଧିକ୍ଷକ ପୁଷ୍ପରାଜ ସାମନ୍ତସଂହାର । ଆଜି ପୁଷ୍ପରାଜଙ୍କ ସମେତ ଗିରଫ ହୋଇଥିବା ୪ ଜଣଙ୍କୁ କୋର୍ଟରେ ହାଜର କରାଯିବ ।

ଗତକାଲି ସମ୍ ହସ୍ପିଟାଲ ମେଡିକାଲ ସୁପରିଟେଣ୍ଡେଂଟ୍ ପୁଷ୍ପରାଜ ସାମନ୍ତସିଂହାର, ଇଲେକ୍ଟ୍ରିକାଲ ମେଂଟେନାନ୍ସ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ ସାହୁ, ଫାୟାର ସେଫ୍ଟି ଅଫିସର ସନ୍ତୋଷ ଦାସ, ଓ ଇଲେକ୍ଟ୍ରିକାଲ ମେଂଟେନାନ୍ସ କନିଷ୍ଠ ଯନ୍ତ୍ରୀ ମଳୟ କୁମାର ସାହୁଙ୍କୁ ଗିରଫ କରାଯାଇଥିଲା ।

ତେବେ ପୁଷ୍ପରାଜ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ ମେଡିକାଲ ହୃଦରୋଗ ବିଭାଗ ଆଇସିୟୁରେ ଭର୍ତି କରାଯାଇଥିଲା ।