କନକ ବ୍ୟୁରୋ: ୨୦୦ କୋଟି ଟଙ୍କା ମନିଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲ ଭିତରେ ଥାଇ ନିଜର ସବୁ କାରବାର ଆରାମରେ ଚଳାଉଥିଲା । ଏହାସହ ଘରେ ପାଉଥିବା ସବୁ ସୁବିଧା ସୁଯୋଗ କହିବାକୁ ଗଲେ ରାଜକୀୟ ସୁଖ ଭୋଗୁଥିଲା ସୁକେଶ । ସବୁଠାରୁ ବଡ କଥା ହେଲା ଏସବୁ ଜେଲର ଅଧିକାରୀଙ୍କ ସହଯୋଗରେ ଚାଲିଥିଲା । ଏହା ଜଣାପଡିବା ପରେ ୩ ଜଣ ଅଧିକାରୀଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି । ଏମାନଙ୍କ ବିରୋଧରେ ଏବେ ମାମଲା ଚାଲିଛି ।

Advertisment

ସୂଚନା ମୁତାବକ, ୨୦୨୦-୨୧ରେ ରୋହିଣୀ ଜେଲ ନମ୍ବର ୧୦ରେ ଡ୍ୟୁଟିରେ ଥିଲେ ଏହି ୩ ପୁଲିସ ଅଧିକାରୀ । ଏମାନଙ୍କ ଉପସ୍ଥିତିରେ ସୁକେଶ ନିଜ ସହଯୋଗୀଙ୍କ କଥାବାର୍ତ୍ତା କରୁଥିଲା ଏବଂ ବେଆଇନ ଭାବେ ବଟି ଆଦାୟ କରୁଥିଲା । ଆଉ ଯାହା ଉପାର୍ଜନ କରୁଥିଲା ସେଥିରୁ ମୋଟ ଅଙ୍କର ଅର୍ଥ ଦେଇ ଏହି ୩ ଅଧିକାରୀଙ୍କ ମୁହଁ ବନ୍ଦ କରିଦେଇଥିଲା । ଏହି ୩ ଅଧିକାରୀଙ୍କୁ ଫେବୃଆରୀ ୭ ତାରିଖରେ ଗିରଫ କରି ମାମଲା ଚାଲିଛି । ଏବେ ସେମାନଙ୍କୁ ତିହାର ଜେଲରେ ରଖାଯାଇଛି ।