ଚୀନରେ ଅଣଆୟତ ହେଉଛି କରୋନା । ୭୦ % ଲୋକେ ହେଲେଣି ଆକ୍ରାନ୍ତ, ୭ ଦିନରେ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ

107

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ଏତେ ଅଣାୟତ ହୋଇପଡିଛି ଯେ, ଏବେ ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଏଠାରେ ସଂକ୍ରମଣ ମାମଲା ଏତେ ମାତ୍ରାରେ ବଢିଚାଲିଛି ଯେ, ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ମିଳୁନାହୁଁ, କି ଶଶ୍ମାନରେ ଅନ୍ତିମ ସଂସ୍କାର ପାଇଁ ଜାଗା ଟିକେ ବି ମିଳୁନି । ରାଜଧାନୀ ବେଜିଂ ପରେ ଏବେ ସାଂଘାଇରେ ପରିସ୍ଥିତି ସାଙ୍ଘାତିକ୍ ହୋଇପଡିଛି  । ଏଠାରେ ବତର୍ମାନ ସୁଦ୍ଧା ୭୦ ପ୍ରତିଶତ ଲୋକେ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ପୂର୍ବ ଲହର ତୁଳନାରେ ଏବେ କୋଭିଡ ସ୍ଥିତି ୨୦ରୁ ୩୦ ଗୁଣା ବୃଦ୍ଧି ପାଇଛି । ଏପ୍ରିଲ, ମେ ମାସରେ ସାଂଘାଇରେ ଲକ୍ଡାଉନ୍ ସ୍ୱତେ ସଂକ୍ରମଣ ମାମଲା ୬ ଲକ୍ଷ ଉପରେ ଥିଲା । ବତର୍ମାନ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ଲାଗୁ ହୋଇଥିବା ଜିରୋ କୋଭିଡ ନୀତି ହଟିବା ପରଠୁ ଡିସେମ୍ବରରୁ ସଂକ୍ରମଣ ହାରରେ ବୃଦ୍ଧି ଘଟିଛି । ଓମିକ୍ରନ ପ୍ରଜାତି ପାଇଁ ସଂକ୍ରମଣ ଅତି ଭୟଙ୍କର ଭାବେ ବଢୁଛି । ସାଂଘାଇ ଓ ବେଜିଂ ବ୍ୟତିତ ଦେଶର ଅନ୍ୟ ପ୍ରମୁଖ ସହର ଟିଆଞ୍ଜିନ୍, ଗୁଆଙ୍ଗଝୋଉରେ ମଧ୍ୟ ସ୍ଥିତି ବିପଦଜ୍ଜନକ ଅବସ୍ଥାରେ ରହିଛି ।

ଚୀନ ସମେତ ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଜାପାନ ଓ ବ୍ରିଟେନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଟ୍ରେନରେ ଏବେ କରୋନାର ପଂଚମ ଲହର ଆସିସାରିଛି । ଗତ କିଛି ସପ୍ତାହ ହେଲା ଦେଶରେ ଅଢେଇ ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଟ ହେଲାଣି । ଅଧିକାଂଶ ଲୋକଙ୍କ ନିକଟରେ ଫ୍ଲୁ ଓ ସ୍କାଲେର୍ଟ ଜ୍ୱରର କେସ୍ ଅଧିକ ରହିଛି । ଏଠାରେ ଓମିକ୍ରନର ନୂଆ ଭ୍ୟାରିଏଂଟ ଏକ୍ସ.ବି.ବି ୱାନ ପଏଂଟ ଫାଇଭ ଆତଙ୍କ ଖେଳାଉଛି । ନିକଟରେ ବିଟ୍ରେନର ଅତିକମ୍ରେ ୩୦ ଜଣ ପିଲାଙ୍କ ସ୍କାଲେର୍ଟ ଜ୍ୱରରେ ଆକ୍ରନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ଆଡଭାଇଜରୀ ଜାରି କରିଛନ୍ତି ବିଟ୍ରେନ ସରକାର । ଥଣ୍ଡା, ଜ୍ୱର ଲକ୍ଷଣ ଦେଖାଗଲେ, ସ୍କୁଲ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ବିଟ୍ରେନ ବ୍ୟତିତ ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିୟା, ଅର୍ଜେଟିନା, ଦକ୍ଷିଣ କୋରିଆ ପ୍ରଭୃତି ଦେଶରେ ବି କରୋନା ମାମଲା ବୃଦ୍ଧି ପାଉଛି ।

ଭାରତରେ ବି ଲଗାତାର ଦୁଇ ସପ୍ତାହ ହେଲା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିିଛି । ସଂକ୍ରମଣ ଦିନେ କମିଲେ ପୁଣି ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବିକ ବୁଧବାର ଦେଶରେ ୧୭୫ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ବର୍ତମାନ ସୁଦ୍ଧା ଦେଶରେ କରୋନା ଭାଇରସରେ ସଂକ୍ରମିତ ମୃତ୍ୟୁ ସଂଖ୍ୟା ବଢି ୪କୋଟି ୪୬ ଲକ୍ଷରେ ପହଂଚିଛି । ତେବେ ସଂକ୍ରମଣ ଚେନକୁ ବ୍ରେକ ଦେବା ପାଇଁ ଦେଶରେ ଟୀକାକରଣକୁ ଜୋରଦାର କରାଯାଇଛି । ସେହିପରି ସଂକ୍ରମିତ ଦେଶରୁ ଫେରୁଥିବା ବିମାନଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର ।