‘ସୁଦର୍ଶନ’ଙ୍କୁ ଅପମାନ ! ନୀଳାଦ୍ରି ବିଜେ ସମୟରେ ସୁଦର୍ଶନଙ୍କୁ ତଳେ କଚାଡି ଦେଇଥିବା ଅଭିଯୋଗ, ବାଡଗ୍ରାହୀଙ୍କ ଅନୁପସ୍ଥିତିରେ କିଭଳି ତଳକୁ ଓହ୍ଳାଇଲେ ଠାକୁର, ପ୍ରଶ୍ନ ଉଠାଇଲେ ପତିମହାପାତ୍ର

30

କନକ ବ୍ୟୁରୋ : ନିଳାଦ୍ରୀ ବିଜେ ସମୟରେ ପହଣ୍ଡି ବେଳେ ଚକ୍ରରାଜ ସୁଦର୍ଶନକୁ ଫିଙ୍ଗିଦେଲେ ଦଇତାପତି ସେବାୟତ । ଏଭଳି ସଂଘାତିକ ଅଭିଯୋଗ ଆଣିଛନ୍ତି ସୁଦର୍ଶନଙ୍କ ବାଡଗ୍ରାହୀ ସେବାୟତ ନବକିଶୋର ପତି ମହାପାତ୍ର । ତାଙ୍କ କହିବା ଅନୁଯାୟୀ, ନୀଳାଦ୍ରି ବିଜେ ସମୟରେ ଦଇତାପତି ସେବାୟତ ମାନେ ଯେଉଁଭଳି ଭାବେ ଠାକୁରଙ୍କୁ ରଥ ତଳକୁ ଭିଡି ନେଇଥିଲେ ତାହାଦ୍ୱାରା ଠାକୁର ତଳେ ପଡିଯିବା ସହ କିଛି ସେବାୟତ ତଳେ ପଡି ଖଣ୍ଡିଆ ଖାବରା ହୋଇଗଲେ ବୋଲି ସେ କହିଛନ୍ତି ।

ଏପରିକି ବାଡଗ୍ରାହୀଙ୍କ ଅନୁପସ୍ଥିତିରେ ସୁଦର୍ଶନଙ୍କୁ କିପରି ଫିଟାଗଲା ଏବଂ ପହଣ୍ଡି କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ନିୟମ ଅନୁସାରେ ସୁଦର୍ଶନଙ୍କ ପହଣ୍ଡି ସମୟରେ ସେଠାରେ ବାଡଗ୍ରାହୀ ସେବାୟତ ଉପସ୍ଥିତ ରହିବା କଥା ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଏନେଇ ସେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କହିଛନ୍ତି । ଏନେଇ ଦଇତାପତି ନିଯୋଗକୁ ଚିଠି କରାଯାଉ ବୋଲି ସେ ଦାବି କରିଛନ୍ତି ।