ଭାରତୀୟ ତଟରକ୍ଷୀ ବାହିନୀରୁ ବିଦାୟ ନେଲା ଜାହାଜ ସୁଚେତା କୃପଳାନି ! ୧୯୯୯ ମହାବାତ୍ୟାରେ ମତ୍ସ୍ୟଜୀବୀଙ୍କ ପାଇଁ ବନିଥିଲା ରକ୍ଷାକବଚ

33

କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀବାହିନୀରୁ ବିଦାୟ ନେଇଛି ଆଇସିଜି ସୁଚେତା କୃପଲାନି ଜାହାଜ । ୨୦ ବର୍ଷ ଧରି ଭାରତୀୟ ତଟରକ୍ଷୀବାହିନୀରେ ସେବା କରିଛି ଏହି ଜାହାଜ । ପାରଦୀପ ବନ୍ଦରରେ ସୁରକ୍ଷା ଯୋଗାଉଥିବା ସୁଚେତା କୃପଲାନିକୁ ଧୁମଧାମରେ ବିଦାୟ ଦିଆଯାଇଛି ।

ଆଇସିଜି ସୁଚେତା କୃପଳାନୀ । ଏମଏସ ଜିଆରଏସଇ କୋଲକାତାରେ ନିର୍ମିତ ଏହି ଜାହାଜ ୧୬ ମାର୍ଚ ୧୯୯୮ରେ ଭାରତୀୟ ତଙ୍କରକ୍ଷୀ ବାହିନୀରେ ସାମିଲ ହୋଇଥିଲା । ଅତ୍ୟାଧୁନିକ କୌଶଳରେ ନିର୍ମିତ ସୁଚେତା ୨୦ ବର୍ଷ ଭିତରେ ୫୦ହଜାର ୭୩୬ ଘଂଟା ସମୁଦ୍ରରେ ପ୍ରହରା ଦେଇଥିବା ବେଳେ ୨ ଲକ୍ଷ ୮୨ ହଜାର ୧୮୪ ନଟିକାଲ ମାଇଲ ଅତିକ୍ରମ କରିଛି । କେବଳ ତଟସୁରକ୍ଷା ନୁହେଁ ସମୂଦ୍ର ଭିତରେ ୧୩୪ ଜଣଙ୍କ ଜୀବନ ବଚାଂଇବା ସହ ୧୬ଟି ମାଛଧରା ବୋର୍ଟକୁ ଉଦ୍ଧାର କରିଛି ।

ଗଭୀର ସମୂଦ୍ରରେ ଶତ୍ରୁକୁ ପ୍ରତିହତ କରିବାର କ୍ଷମତା ରଖିଥିବା ସୁଚେତା କୃପଳାନୀ ଜାହାଜରେ ଅତ୍ୟାଧୁନିକ ରଣକୌଶଳ ସରଂଜାମ ରହିଛି । ୧୯୯୯ ମହାବତ୍ୟା ସମୟରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଏହି ଜାହାଜ । ଶେଷଥର ପାଇଁ ସୂର୍ଯ୍ୟାସ୍ଥ ପରେ ତଟରକ୍ଷୀ ବାହିନୀ ପତାକା ଅବତରଣ କରିବା ସହ ଗାର୍ଡ ଅଫ ଅନର ଦେଇ ଆଇସିଜି ସୁଚେତା କୃପଳାନୀକୁ ବିଦାୟ ଦେଇଛି ।

ଗତ ମାସରେ ତଟରକ୍ଷୀ ବାହିନୀରୁ ଆଇସିଜି ବଜ୍ର ଅବସର ନେବା ପରେ ଜାହାଜ ସୁଜୟ ସମୂଦ୍ରରେ ପହରା ଦେଉଛି । ସେହିପରି ସୁଚେତା’ର ବିଦାୟ ନେବା ପରେ ଖୁବଶିଘ୍ର ଆଉ ଏକ ନୂତନ ଜାହାଜ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେବ ।