ଆତ୍ମନିର୍ଭର କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ: ସ୍ୱଦେଶୀ ଅପରେଟିଂ ସିଷ୍ଟମ ‘ଭାର-ଓଏସ’ର ସଫଳ ପରୀକ୍ଷଣ

184

କନକ ବ୍ୟୁରୋ: ଗୁଗୁଲର ‘ଆଣ୍ଡ୍ରଏଡ୍’ ଓ ଆପଲ୍ର ‘ଆଇଓଏସ୍’ ଭଳି ସ୍ମାର୍ଟଫୋନ୍ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଅପରିରେଟିଂ ସିଷ୍ଟମ ‘ଭାରଓଏସ’ର ପରୀକ୍ଷଣ ହୋଇଛି । ଏହି ଅପରେଟିଂ ସିଷ୍ଟମକୁ ଆଇଆଇଟି-ମାଡ୍ରାସ୍ ବିକଶିତ କରିଛି । ପରୀକ୍ଷଣ ସମାରୋହରେ ସାମିଲ ହୋଇଥିଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦେଶୀ ଅପରେଟିଂ ସିଷ୍ଟମ ଉପରେ ନିର୍ଭାଶୀଳତା ହ୍ରାସ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

ଆଇଆଇଟି-ମାଡ୍ରାସ ଓ ଜାଣ୍ଡକେ ଅପରେସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ‘ଭାର ଓଏସ’ ନିର୍ମିତ ହୋଇଛି ।
ନଜର ପକାନ୍ତୁ – କ’ଣ ରହିଛି ‘ଭାର ଓଏସ’ର ବିଶେଷତ୍ୱ?
ଏହା ଓପନ୍-ସୋର୍ସ ଅପରେଟିଂ ସିଷ୍ଟମ୍
ସରକାରୀ ଓ ଘରୋଇ ବ୍ୟବହାର ପାଇଁ ଏହା ମାଗଣା ଉପଲବ୍ଧ ହେବ
ପ୍ରଥମ ପର୍ଯ୍ୟାୟରେ ‘ଭାର ଓଏସ’ ସେବା ବିଭିନ୍ନ ସଂସ୍ଥାକୁ ଯୋଗାଇ ଦିଆଯିବ
ଆଣ୍ଡ୍ରଏଡ୍ ଭଳି ଏଥିରେ ଡିଫଲ୍ଟ ଆପ୍ସ ରହିବ ନାହିଁ
ସୁରକ୍ଷା ଓ ଗୋପନୀୟତା ରକ୍ଷା କରିବ
ଯେଉଁ ଆପ୍କୁ ବ୍ୟବହାରକାରୀ ଚାହିଁବେ ଲୋଡ୍ କରିପାରିବେ
‘ଭାର ଓଏସ’ ମାଧ୍ୟମରେ ନିଜେ ଚୟନ କରିଥିବା ଆପ୍ ଷ୍ଟୋର ରହିବ
‘ଭାର ଓଏସ’ ଅପରେଟିଂ ସିଷ୍ଟମ ଆପଣାଛାଏଁ ଅପଡେଟ୍ ହେବ
‘ଭାର ଓଏସ’ ଅପରେଟିଂ ସିଷ୍ଟମରେ ବ୍ୟାଟେରୀ ଖର୍ଚ୍ଚ କମ୍

ଏହି ଅପରେଟିଂ ସିଷ୍ଟମରେ ଗୋପନୀୟତା ଓ ସୁରକ୍ଷାକୁ ଗୁରତ୍ୱ ଦିଆଯାଇଥିବାରୁ ଏହା ବ୍ୟବହାରକାରୀଙ୍କ ଭରସା ଜିତିବ ବୋଲି କହିଛନ୍ତି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେଣୁ ‘ଭାର ଓଏସ’ରେ ‘ଇ’ ଯୋଡିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅପରେଟିଂ ସିଷ୍ଟମକୁ ପ୍ରଥମ ପର୍ଯ୍ୟାୟରେ ସରକାରୀ ଏବଂ ବେସରକାରୀ ସଂସ୍ଥାରେ ବ୍ୟବାହାର କରାଯିବ । ଭାରଓସ୍ ଅପରେଟିଂ ସିଷ୍ଟମକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗୁଗୁଲର ‘ଆଣ୍ଡ୍ରୁଆଡ୍’ ଏବଂ ଆପଲର ‘ଆଇଓଏସ୍’ ଏବେ ଭାରତରେ ପ୍ରଭାବ ବିସ୍ତାର କରିଚାଲିଥିବା ବେଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଭାରଓଏସ୍’ ଆତ୍ମନିର୍ଭର କ୍ଷେତ୍ରରେ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।