ସ୍ୱଦେଶୀ ଜ୍ଞାନକୈାଶଳରେ କ୍ୱିକ୍ ରିଆକ୍ସନ୍ ସରଫେସ ଟୁ ଏୟାର ମିଜାଇଲର ସଫଳ ପରୀକ୍ଷଣ । ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାକୁ ଠାବ କରିବା ସହିତ ଦ୍ରୁତଗାମୀ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଏହି ମିଜାଇଲ୍

94

କନକ ବ୍ୟୁରୋ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ସ୍ୱଦେଶୀ ଜ୍ଞାନକୌଶଳରେ କ୍ୱିକ୍ ରିଆକ୍ସନ୍ ସରଫେସ ଟୁ ଏୟାର ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଓ ଭାରତୀୟ ସେନା ପକ୍ଷରୁ ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଛି । ଓଡ଼ିଶା ଉପକୂଳସ୍ଥିତ ଚାନ୍ଦିପୁରର ଇଂଟିଗ୍ରେଟେଡ ଟେଷ୍ଟ ରେଞ୍ଜରେ ଏହି ପରୀକ୍ଷଣ କରାଯାଇଛି । ଭାରତୀୟ ସେନା ଓ ଡିଆରଡିଓ ପାଇଁ ଏହା ଏକ ବଡ଼ ସଫଳତା । ଏହାର ସମସ୍ତ ସବ୍ ସିଷ୍ଟମ ଭାରତରେ ନିର୍ମାଣ କରାଯାଇଛି, ଯେଉଁଥିରେ ସ୍ୱଦେଶୀ ମିଜାଇଲ ଆରଏଫ୍ ସିକର, ମୋବାଇଲ ଲଂଚର, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଓ କଂଟ୍ରୋଲ ସିଷ୍ଟମ, ସର୍ଭିଲାନ୍ସ ଉପକରଣ ଓ ବହୁମୁଖୀ ରାଡାର ସାମିଲ୍ ଅଛି ।

ଏହି ମିଜାଇଲର ବିଶେଷତ୍ୱ ହେଉଛି ଏହା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାକୁ ଠାବ କରିବା ସହିତ ଦ୍ରୁତଗାମୀ ଲକ୍ଷ୍ୟଭେଦ ମଧ୍ୟ କରିପାରିବ । ଏହାକୁ କମ ଦୂରତାରେ ମଧ୍ୟ ନିକ୍ଷେପ କରାଯାଇପାରିବ । ଏହି ମିଜାଇଲ ପ୍ରକ୍ରିୟାରେ ସମସ୍ତ ପ୍ରକାର ସ୍ୱଦେଶୀ ଉପକରଣ ବ୍ୟବହୃତ ହୋଇଛି । ଏହି ସିଷ୍ଟମ ଏବେ ସେନା ବେଳାଭୂମିରେ ସାମିଲ୍ ହେବା ପାଇଁ ପ୍ରସ୍ତୁତ ଥିବା ସେନା ପକ୍ଷରୁ କୁହାଯାଇଛି । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ।